ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ସୋନିଆ
ନୂଆାଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଗତ ଗୁରୁବାର ସକାଳେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ପୂର୍ବରୁ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ସୋନିଆଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ କରାଯାଇଥିଲା। ଫୁସଫୁଟ ସଂକ୍ରମଣ କାରଣରୁ ସେ ସମୟରେ ସେ ସାର ଗଙ୍ଗାରାମ ହସ୍ପିଟାଲରେ ଆଡମିଟ ହୋଇଥିଲେ ।
ସୋନିଆ ଗାନ୍ଧୀଙ୍କୁ ଫେବ୍ରୁଆରି ୧୩ ତାରିଖରେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ଫେବ୍ରୁଆରି ୧୦ ତାରିଖରେ ସୋନିଆ ସରକାରଙ୍କୁ ଯଥାଶୀଘ୍ର ଜନଗଣନା ପୁରା କରିବାକୁ କହି କହିଥିଲେ, ‘ଦେଶରେ ପାଖାପାଖି ୧୭କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ଯେଉଁ ସବୁ ଲାଭ ପାଇବା କଥା ସେଥିରୁ ବଞ୍ଚିତ ଅଛନ୍ତି।’