ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର ।

ରେଖା ଗୁପ୍ତା ଦିଲ୍ଲୀ ବିଜେପିର ମହାସଚିବ ଥିବା ବେଳେ ଏଥର ଶାଲିମାର ବାଗରୁ ନିର୍ବାଚନ ଜିତିଛନ୍ତି। ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ସେ ହେବେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ।
ତେବେ ଆଜି ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ନେଇ ଜୋରଦାର ଚାଲିଥିଲା ମାନସ ମନ୍ଥନ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହଲଚଲ ହୋଇଥିଲା । ଆଉ ଶେଷରେ ଦିଲ୍ଲୀ ଦରବାର ପାଇଁ ମୁଖ୍ଯମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । ଆସନ୍ତାକାଲି ହେବ ନୂଆ ମୁଖ୍ଯମନ୍ତ୍ରୀଙ୍କ ଶପଥ ସମାରୋହ । ରାମଲୀଳା ମୈଦାନରେ ଭବ୍ୟ ଶପଥ ସମାରୋହ ।

Leave a Reply

Your email address will not be published. Required fields are marked *