ଟ୍ୟାକ୍ସ ପରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମିଳିଲା ଆଶ୍ବସ୍ତି, ପାଞ୍ଚ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

Spread the love

ନୂଆଦିଲ୍ଲୀ,୧୨।୨: ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ୪.୩୧ ପ୍ରତିଶତ ହୋଇଛି। ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଯୋଗୁଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଡିସେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୫.୨୨ ପ୍ରତିଶତ ଏବଂ ଗତ ବର୍ଷ ଜାନୁଆରୀରେ ୫.୧ ପ୍ରତିଶତ ଥିଲା।

ବୁଧବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଜାନୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୦୨ ପ୍ରତିଶତ ରହିଛି, ଯାହା ଡିସେମ୍ବରରେ ୮.୩୯ ପ୍ରତିଶତ ଏବଂ ଗତ ବର୍ଷ ସମାନ ମାସରେ ୮.୩ ପ୍ରତିଶତ ଥିଲା। ଖୁଚୁରା ମୁଦ୍ରାସ୍ଫୀତି ୨ ପ୍ରତିଶତ ମାର୍ଜିନ ସହିତ ୪ ପ୍ରତିଶତରେ ରହିବା ନିଶ୍ଚିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଦାୟିତ୍ୱ ଅଟେ।

ବୁଧବାର ପ୍ରକାଶିତ ସଂଖ୍ୟା ବିଶେଷଜ୍ଞ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଖୁଚୁରା ମୁଦ୍ରାସ୍ଫୀତି ସମ୍ପର୍କରେ କରାଯାଇଥିବା ଆକଳନ ଅପେକ୍ଷା ଭଲ ରହିଛି। କହି ରଖୁଛୁ ଯେ ବିଶେଷଜ୍ଞମାନେ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୪.୫ ପ୍ରତିଶତ ରହିବ ବୋଲି ଆକଳନ କରୁଥିଲେ। ସମ୍ପ୍ରତି ଭାରତୀୟ ରିଜର୍ଭ ବ୍ୟାଙ୍କର MPC ବୈଠକ ପରେ, ଗଭର୍ଣ୍ଣର ଏହି ତ୍ରୈମାସିକ ପାଇଁ ମୁଦ୍ରାସ୍ଫୀତି ହାର ୪.୪% ହେବ ବୋଲି ଆକଳନ ଲକରିଥିଲେ।

Leave a Reply

Your email address will not be published. Required fields are marked *