ଓଡ଼ିଶା ସ୍ୱାସ୍ଥ୍ୟସେବା ନିୟମରେ ହେବ ପରିବର୍ତ୍ତନ, ଜାରି ହେଲା ବିଜ୍ଞପ୍ତି

Spread the love

ଭୁବନେଶ୍ୱର: ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ (ମେଥଡ୍‌ ଅଫ୍‌ ରିକ୍ୟୁଟ୍‌ମେଣ୍ଟ ଆଣ୍ଡ କଣ୍ଡିସନ୍‌ସ ଅଫ୍‌ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍‌ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ପଦୋନ୍ନତି ପାଇଁ ସ୍ୱତନ୍ତ୍ର ନିୟମ ରହିବ।

ରାଜ୍ୟରେ ସ୍ୱାସ୍ଥ୍ୟସେବା ନିୟମରେ ବଦଳିଠାରୁ ଚାକିରି କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। କହିବାକୁ ଗଲେ ଡାକ୍ତର ଚାକିରି କ୍ଷେତ୍ରରେ ସଂସ୍କାର ଅଣାଯିବ। ଏନେଇ ସୋମବାର ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ନୂଆ ନିୟମରେ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ), ଗ୍ରେଡ୍‌ ‘ବି’( ସିନିୟର ବ୍ରାଞ୍ଚ), ଜୁନିଅର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌( ଜଏଣ୍ଟ ଡାଇରେକ୍ଟର), ସିଲେକ୍ସନ୍‌ ଗ୍ରେଡ୍‌ (ଆଡିସ୍‌ନାଲ ଡାଇରେକ୍ଟର), ସିନିୟର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌(ସିଡିଏମ୍‌ ଓ ପିଏଚ୍‌ଓ) ଓ ସୁପର ଟାଇମ୍‌ ପେ ଗ୍ରେଡ୍‌(ଡାଇରେକ୍ଟର କିମ୍ବା ସ୍ପେସାଲ୍‌ ସେକ୍ରେଟେରୀ) ପଦବିରେ ପଦୋନ୍ନତି କରାଯିବ।

ଏଥିରେ କେବଳ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବୀକୁ ବାଦ ଦେଇ ଅନ୍ୟ ପଦବୀରେ ରୁଲ୍‌ସ୍‌-୮ ଅନୁଯାୟୀ ପଦୋନ୍ନତି ମିଳିବ। କେବଳ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବୀ କ୍ଷେତ୍ରରେ କମିଶନଙ୍କ ଦ୍ୱାରା ପ୍ରତିଯୋଗିତା ମୂଳକ ପରୀକ୍ଷା ଦେବାକୁ ପଡ଼ିବ। କମିଶନଙ୍କ ଦ୍ୱାରା ଦିଆଯାଇଥିବା ପରୀକ୍ଷା ଫଳ ଅନୁଯାୟୀ ଖାଲି ପଦବୀରେ ନିଯୁକ୍ତି ମିଳିବ। ସେହିପରି ବିଭିନ୍ନ ଗ୍ରେଡ୍‌ରେ ପଦୋନ୍ନତି ନେଇ କମିଟି ଗଠନ କରାଯାଇଛି। ବିଭାଗୀୟ ସଚିବ ଅଧ୍ୟକ୍ଷ ରହିଥିଲା ବେଳେ ସ୍ୱତନ୍ତ୍ର ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଭ୍ୟ ଅଛନ୍ତି। ଅତିରିକ୍ତ ସଚିବ ଏହାର ସଂଯୋଜକ ଅଛନ୍ତି।

Leave a Reply

Your email address will not be published. Required fields are marked *