A5dihmhfkzovfqgwxkst

ଫଳାଫଳ ପୂର୍ବରୁ ପରାଜୟ ସ୍ୱୀକାର କଲେ କି ସନ୍ଦୀପ ଦୀକ୍ଷିତ!

Spread the love

ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଗତକାଲି ଭୋଟ୍ ଗ୍ରହଣ ଶେଷ ହୋଇଛି ଏବଂ ଫେବ୍ରୁଆରି ୮ତାରିଖରେ ଭୋଟ୍ ଗଣତି ହେବ। ଏହି ନିର୍ବାଚନରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍), ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିବା ବେଳେ ମତଦାନ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ଏକ୍‌ଜିଟ୍‌‌ ପୋଲ୍ (ବୁଥ୍‌ ବାହୁଡ଼ା ମତ) ପ୍ରକାଶ ପାଇଥିଲା । ୨୭ ବର୍ଷ ପରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଅନେକ ସଂସ୍ଥା ସେମାନଙ୍କ ଏକଜିଟ୍ ପୋଲରେ ପୂର୍ବାନୁମାନ କରିଥିଲେ । ୬ଟି ସଂସ୍ଥା ବିଜେପି ସହଜରେ ମ୍ୟାଜିକ୍‌ ନମ୍ବର(୩୬) ହାସଲ କରିବାରେ ସକ୍ଷମ ହେବ ବୋଲି ଦର୍ଶାଇଥିଲେ। କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିବ ବୋଲି ସମସ୍ତ ସଂସ୍ଥା ଦର୍ଶାଇଥିଲେ । ଯଦିଓ ଦିଲ୍ଲୀ ନିର୍ବାଚନର ଫଳାଫଳ ଫେବୃଆରୀ ୮ ତାରିଖରେ ଜଣାପଡିବ, କିନ୍ତୁ ଫଳାଫଳ ଘୋଷଣା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତଙ୍କ ପକ୍ଷରୁ ଏପରି ଏକ ବୟାନ ଆସିଛି, ଯେଉଁଥିରେ ଜଣାପଡିଛି ଯେ ପ୍ରକୃତ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ କଂଗ୍ରେସ ଦିଲ୍ଲୀରେ ନିଜର ପରାଜୟକୁ ସ୍ୱୀକାର କରିସାରିଛି!
କେବଳ ଏତିକି ନୁହେଁ, ସେ ଆମ ଆଦମୀ ପାର୍ଟି ପାଇଁ ଏକ ବଡ଼ ବୟାନ ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ନୂଆଦିଲ୍ଲୀ ଆସନରୁ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଏବଂ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଛନ୍ତି। ନିର୍ବାଚନ ପ୍ରଚାର ସମୟରେ, ସନ୍ଦୀପ ଦୀକ୍ଷିତ ବିଜେପି ଅପେକ୍ଷା ଆମ ଆଦମୀ ପାର୍ଟି ଏବଂ କେଜରିୱାଲଙ୍କୁ ଅଧିକ ତୀବ୍ର ଆକ୍ରମଣ କରିଥିଲେ। ଏକଜିଟ୍ ପୋଲ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କହିଛନ୍ତି, “ଯଦି ଆପଣ ଏକଜିଟ୍ ପୋଲକୁ ବିଶ୍ୱାସ କରନ୍ତି, ତେବେ ବିଜେପି ସରକାର ଗଠନ କରୁଛି ତାହା ଠିକ୍ ଅଛି, କିନ୍ତୁ ମୁଁ ଅନୁଭବ କରୁଛି ଯେ ଏକଜିଟ୍ ପୋଲ ଆମ ଆଦମୀ ପାର୍ଟିକୁ କମ୍ ଆକଳନ କରୁଛି।
ମୁଁ ଭାବୁନାହିଁ ଯେ ନିର୍ବାଚନ ଫଳାଫଳରେ ସେମାନଙ୍କର ସ୍ଥିତି ଏତେ ଖରାପ ହେବ। ସନ୍ଦୀପ ଦୀକ୍ଷିତ କହିଛନ୍ତି, “ଏକଜିଟ୍ ପୋଲ ଫଳାଫଳ ଦେଖି ମୁଁ ନିରାଶ ହୋଇଛି, କିନ୍ତୁ ମୁଁ ଭାବୁଥିଲି ଯେ କଂଗ୍ରେସ ଦିଲ୍ଲୀରେ ସହଜରେ ୧୭ ରୁ ୧୮ ପ୍ରତିଶତ ଭୋଟ ପାଇବ, ଯାହା ଲୋକଙ୍କ ମଧ୍ୟରେ ଟ୍ରେଣ୍ଡ ଥିଲା। ଆମେ ସେହି ଭୋଟ୍ କାହିଁକି ପାଇପାରିଲୁ ନାହିଁ ତାହା ଦେଖିବାର ଆବଶ୍ୟକତା ରହିଛି |

Leave a Reply

Your email address will not be published. Required fields are marked *