Rw

ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି

Spread the love

ଭୁବନେଶ୍ୱର: ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଓଡ଼ିଶାରେ ତିଆରି ହେବ କ୍ୟାନ୍‌ସର ରେଜିଷ୍ଟ୍ରି। ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ସାରା ରାଜ୍ୟର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ। ହସ୍ପିଟାଲ୍‌ ଆଧାରିତ ଓ ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି ରହିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ସେହିପରି ପ୍ରକାର ଭେଦ, କେଉଁ ଅଞ୍ଚଳରେ କେଉଁ କ୍ୟାନ୍‌ସର ରେଜିଷ୍ଟ୍ରିରୁ ଜଣାପଡ଼ିବ। ତଥ୍ୟ ଆଧାରରେ ସରକାର ଜନସ୍ବାସ୍ଥ୍ୟ ପାଇଁ ପଦକ୍ଷେପ ନେବେ। ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ପାଳନ ହୁଏ ‘ବିଶ୍ବ କ୍ୟାନସର ଦିବସ’। କର୍କଟ ରୋଗ ବିଷୟରେ ସଚେତନତା ପୂର୍ବକ ଏହି ଦିନକୁ ପାଳନ କରାଯାଏ। ପ୍ରତିବର୍ଷ ଅନେକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ତେଣୁ କର୍କଟ ବା କ୍ୟାନସର ରୋଗ ବିଷୟରେ ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।

କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି । ପ୍ରତି ବର୍ଷ କ୍ୟାନ୍ସର ଦିବସ ପାଳନ ପାଇଁ ଥିମ୍ ଥାଏ । ଆଉ ଏବର୍ଷ ବି ଥିମ୍ ରହିଛି । ‘ୟୁନାଇଟେଡ୍ ବାଏ ୟୁନିକ’ ଏଥରର ଥିମ୍ ରହିଛି ଯାହାର ଅର୍ଥ ସ୍ବତନ୍ତ୍ର ଭାବେ ସଂଗଠିତ୍ ହେବା । ଏହି ଥିମ୍ ୨୦୨୫ରୁ ୨୭ ଯାଏଁ ରହିବ । ଏହି ଥିମ୍ ବ୍ୟକ୍ତିଗତ ଯତ୍ନ, ସେବା ଉପରେ ଗୁରୁତ୍ବ ଦେବ ।

Leave a Reply

Your email address will not be published. Required fields are marked *