Untitled 3

କର୍ନଫ୍ଲେକ୍ସ ପ୍ୟାକେଟରେ ବ୍ୟାଙ୍କକ୍‌ରୁ ଗଞ୍ଜେଇ ଆଣିଥିଲେ ଯାତ୍ରୀ, ବିମାନବନ୍ଦରରେ ଧରାପଡ଼ିଲେ

Spread the love

ଭୁବନେବର : କର୍ନଫ୍ଲେକ୍ସ ଓ ଚକୋଜ୍‌ ପ୍ୟାକେଟରେ ଗଞ୍ଜେଇ ଭର୍ତ୍ତି କରି ବ୍ୟାଙ୍କକରୁ ଭୁବନେଶ୍ଵର ଆଣୁଥିଲେ ଯାତ୍ରୀ। ହେଲେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡ଼ିଗଲେ। ସୀମା ଶୁଳ୍କ ଅଧିକାରୀମାନେ ଯାତ୍ରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୮ ପ୍ୟାକେଟ ଗଞ୍ଜେଇ ଜବତ କରିଛନ୍ତି। ଜବତ ଗଞ୍ଜେଇର ଓଜନ ପ୍ରାୟ ୩ କିଲୋ ୯୯୦ ଗ୍ରାମ ହେବ।
ସୀମା ଶୁଳ୍ପ ଅଧିକାରୀଙ୍କ ସୂଚନା ଅନୁସାରେ, ବ୍ୟାଙ୍ଗକକ୍‌ରୁ ଜଣେ ଯାତ୍ରୀ ବିମାନ ଯୋଗେ କିଛି ଗଞ୍ଜେଇ ସାଥୀରେ ନେଇ ଆସୁଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ୧୪ ତାରିଖ ଦିନ ଯାତ୍ରୀ ଜଣକ ବିମାନବନ୍ଦରରେ ପହଞ୍ଚିବା ପରେ ଅଧିକାରୀମାନେ ତାଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ। ତାଙ୍କ ବ୍ୟାଗରୁ ୪ଟି କର୍ନଫ୍ଲେକ୍ସ, ଚକୋଜ୍‌ ପ୍ୟାକେଟ ମିଳିଥିଲା। ଅଧିକାରୀମାନେ ତା’କୁ ଖୋଲିବା ପରେ ସେଥିରୁ ୮ ପ୍ୟାକେଟ ଗଞ୍ଜେଇ ମିଳିଥିଲା। ଯାତ୍ରୀ ଜଣକ କର୍ନଫ୍ଲେକ୍ସ ପ୍ୟାକେଟରେ ଗଞ୍ଜେଇ ଲୁଚାଇ ଆଣିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *