ଥାନାରେ ଥାର୍ଡ ଡିଗ୍ରୀ: ଆତ୍ମହତ୍ୟା କଲେ ଅଭିଯୁକ୍ତ !

Spread the love

Spread the loveଥାନା ଭିତରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲା ଚୌଦ୍ଵାର ଥାନାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସର ଅମାନୁଷିକ ମାଡ଼ ସହି ନ ପାରି ଅଭିଯୁକ୍ତ ଆତ୍ମହତ୍ୟା … Read More

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ

Spread the love

Spread the love ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ଦୋଷୀଙ୍କୁ ୫୫ ହଜାର ଟଙ୍କାର ଜରିମାନା କରାଯାଇଛି … Read More

ଦୁର୍ଘଟଣାରେ ବାପା-ପୁଅ ଓ ଝିଅ ମୃତ, ମାଆ ଗୁରୁତର

Spread the love

Spread the love ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ନୂଆଦେହେଲି ନିକଟରେ ଭ୍ୟାନ୍ ଧକ୍କାରେ ବାପା, ୬ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅର ମୃତ୍ୟୁ ଘଟିଛି। ମାଆଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। … Read More

ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା କରିଛନ୍ତି ୨୨ ଛାତ୍ରଛାତ୍ରୀ

Spread the love

Spread the loveଭୁବେନଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଗତ ୧୫ ମାସ ମଧ୍ୟରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ଏଭଳି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଂଗ୍ରେସ … Read More

ରାସ୍ତାରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ: ଅବସ୍ଥା ଗୁରୁତର

Spread the love

Spread the love ବାସୁଦେବପୁର: ବାସୁଦେବପୁର ଥାନା ଗୁଆଗଡିଆ ପଞ୍ଚାୟତ କମାରଗା ଗାଁରେ ଘରକୁ ଫେରୁଥିବାବେଳେ ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ସୂଚନା ଅନୁଯାୟୀ କାମରଗା ଗାଁର ମେରମାନ ସାହାଜୀଙ୍କ ପତ୍ନୀ ମସଜିଦ ସାହାଜୀ ନିଜ ଘରକୁ ଫେରୁଥିଲେ। … Read More

ବାଦଲଫଟା ବର୍ଷାରେ ପୁଣି ଧୋଇଗଲା କଳିଙ୍ଗା ଘାଟି ରାସ୍ତା

Spread the love

Spread the love କନ୍ଧମାଳ:  ପୁଣି ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟି ରାସ୍ତା ଧୋଇହୋଇଯାଇଛି। ପାହାଡରୁ ପ୍ରବଳ ବର୍ଷା ପାଣି ଆସିବାରୁ ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ଧୋଇ ହୋଇଯାଇଛି। ଗତ ସେପ୍ଟେମ୍ବର ୧୬ … Read More

ରାଜ୍ୟରେ ଦେଢ଼ ବର୍ଷରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୪୫୪୪ ମହିଳା

Spread the love

Spread the loveଭୁବନେଶ୍ବର: ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ ୪୫୪୪ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏସବୁ ଘଟଣାରେ ୩୮୦୫ ଜଣ ପୁରୁଷ ଏବଂ ୫୭ ମହିଳା ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯୪ ଜଣଙ୍କୁ ଦଣ୍ଡବିଦାନ ହୋଇଛି। … Read More

କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ, କକ୍ଷତ୍ୟାଗ କଲେ ଦଳୀୟ ନେତା

Spread the love

Spread the loveଭୁବନେଶ୍ୱର : ଗ୍ରହଣ ହେଲାନି କଂଗ୍ରେସର ଅନାସ୍ଥା ପ୍ରସ୍ତାବ । ଗୃହ ଅର୍ଡରକୁ ଆସୁନଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି  ।  ଅଧିବେଶନ ଆରମ୍ଭର ଦିନକ ପୂର୍ବରୁ ପ୍ରସ୍ତାବ ଆସିବା କଥା । ଆଜି ବିଧାନସଭାରେ ଏନେଇ … Read More

୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

Spread the love

Spread the loveଭୁବନେଶ୍ଵର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଏହି ସମୟ ମଧ୍ୟରେ ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି କେତେକ ଜିଲାରେ ଘଡ଼ଘଡ଼ି ସହିତ ପ୍ରବଳ … Read More

ନିଜେ ନିଜକୁ ଜାଳିଥିଲେ ବଳଙ୍ଗା ପୀଡ଼ିତା : ମୁଖ୍ୟମନ୍ତ୍ରୀ

Spread the love

Spread the loveପିପିଲି : ବଳଙ୍ଗା ପୀଡ଼ିତାଙ୍କୁ କେହି ଜାଳି ନଥିଲେ । ନିଜେ ନିଜ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ ।  ଆଜି ବିଧାନସଭାରେ ଏହି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, ଦିଲ୍ଲୀ ଏମ୍ସରେ ୧୪ ଦିନ ଚିକିତ୍ସାଧୀନ ରହିବା ପରେ ଅଗଷ୍ଟ ୨ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ।  ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କର ନୂଆଦିଲ୍ଲୀ ସାକେତର ସାଉଥ ଡିଷ୍ଟ୍ରିକ୍ଟ କୋର୍ଟ ନମ୍ବର ୩୭ ଦ୍ୱାରା ଧାରା ୧୮୩ରେ ଜମାନବନ୍ଦୀ ରେକର୍ଡ କରାଯାଇଥିଲା । ଏହାସହ ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତାରଙ୍କ ଦ୍ୱାରା ପିଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ ।  ଉଭୟ ବୟାନରେ ପୀଡ଼ିତା କହିଥିଲେ ଯେ, ସେ ନିଜେ ନିଜ ଉପରକୁ ରିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଶେଷ କରି, ଚୂଡ଼ାନ୍ତ ରିପୋର୍ଟକୁ ମିଷ୍ଟେକ ଅଫ ଫ୍ୟାକ୍ଟ ଭାବେ ବଳଙ୍ଗା ଥାନା ତରଫରୁ ସେପ୍ଟେମ୍ବର ୧୭ ତାରିଖରେ କୋର୍ଟରେ ଦାଖଲ କରାଯାଇଛି । ଗତ ଜୁଲାଇ ୧୯ ତାରିଖରେ ପୁରୀ ଜିଲ୍ଲା ନୂଆଗୋପାଳପୁରର ବଳଙ୍ଗା ଅଞ୍ଚଳରେ ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ । କହିଥିଲେ କେତେ ଜଣ ଅଜଣା ବ୍ୟକ୍ତି ତାଙ୍କ ଝିଅଙ୍କୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ ଓ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଗ୍ରାମବାସୀ ପୀଡ଼ିତାଙ୍କୁ ପୋଡିଯାଇଥିବା ଅବସ୍ଥାରେ ପିପିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।  ସେହି ଦିନ ହିଁ ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୨୦ ତାରିଖ ଦିନ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ବଳଙ୍ଗା ଘଟଣା ବେଶ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା । ଏବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବଳଙ୍ଗା ପୀଡ଼ିତାଙ୍କୁ କେହି ହତ୍ୟା କରି ନାହାଁନ୍ତି, ନିଜେ ନିଜକୁ ମାରିଛନ୍ତି ।