Assault 1642608255

ରାଜ୍ୟରେ ଦେଢ଼ ବର୍ଷରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୪୫୪୪ ମହିଳା

Spread the love

ଭୁବନେଶ୍ବର: ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ ୪୫୪୪ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏସବୁ ଘଟଣାରେ ୩୮୦୫ ଜଣ ପୁରୁଷ ଏବଂ ୫୭ ମହିଳା ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯୪ ଜଣଙ୍କୁ ଦଣ୍ଡବିଦାନ ହୋଇଛି। ସୋମବାର ବିଧାନସଭାରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉତ୍ତର ଦେଇଛନ୍ତି।

ଏହାବ୍ୟତୀତ ଗତ ୧ ବର୍ଷ ମଧ୍ୟରେ ରାଜ୍ୟରେ ମହିଳା ଅସଦାଚରଣ ମାମଲା ବୃଦ୍ଧି ପାଇଛି। ଏହି ସମୟ ଭିତରେ ୯୧୮୧ ମହିଳା ଅସଦାଚରଣ ମାମଲା ରୁଜୁ ହୋଇଛି। ୮୨୨୭ ମହିଳା ଅପହରଣ, ୨୯୩୩ ଦୁଷ୍କର୍ମ, ୫୪୬୪ ଯୌତୁକ ନିର୍ଯାତନା, ୪୪ଟି ଯୌତୁକ ଜନିତ ଆତ୍ମହତ୍ୟା, ୨୧୬୧ଟି ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ଦୁର୍ବ୍ୟବହାର, ୧୨୭୮ ଯୌନ ନିର୍ଯାତନା, ୨୨୪ ଶାରିରୀକ ସମ୍ପର୍କ ରଖି ବିବାହ ନ କରିବା ଆଦି ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେଇଛନ୍ତି।

Leave a Reply

Your email address will not be published. Required fields are marked *