କଙ୍କଡା ଧରିବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କଲେ ବନ କର୍ମଚାରୀ
ରାଜନଗର : କଙ୍କଡା ଧରିବା ବେଳେ ମାଡି ବସିଲା କୁମ୍ଭୀର, ଜୀବନ ବଞ୍ଚାଇଲେ ବନ କର୍ମଚାରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ଜଙ୍ଗଲରେ କୁମ୍ଭୀର ଆକ୍ରମଣ । କଙ୍କଡା ଧରୁଥିବା ବେଳେ ବାଙ୍କୁଆଳ ଗାଁ ର ମଦନ ବେହେରାଙ୍କୁ କୁମ୍ଭୀର ଆକ୍ରମଣ କରିଛି । ତେବେ ଚତ୍କାର କରିବାକୁ ସେହି ରାସ୍ତା ଦେଇ ବନ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ । କୁମ୍ଭୀର ଆକ୍ରମଣରେ ମଦନଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ତାଙ୍କୁ ଗୁରୁତର ଭାବେ ପ୍ରଥମେ ତାଙ୍କୁ ରାଜନଗର ମେଡିକାଲ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।
