D

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, କାଲି ଆସିବେ ପ୍ରଧାନମନ୍ତ୍ରୀ

Spread the love

ବାଙ୍ଗିରିପୋଷି: ମୟୂରଭଞ୍ଜ ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏମସ ଦ୍ବାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଖରାପ ପାଗ ଯୋଗୁ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ବଦଳରେ ସଡ଼କ ପଥରେ କଲେଇକୁଣ୍ଡାରୁ ଗନ୍ତବ୍ୟସ୍ଥଳ ରାଇରଙ୍ଗପୁରରେ ପହଞ୍ଚିଛନ୍ତି ।

ପ୍ରତିକୁଳ ପାଗ ଯୋଗୁ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ରାଷ୍ଟ୍ରପତି । କଲେଇକୁଣ୍ଡାସ୍ଥିତ ଭାରତୀୟ ବାୟୁସେନା ଘାଟିରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଗସ୍ତ ଥିଲା । ହେଲେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି। ରାଷ୍ଟ୍ରପତିଙ୍କୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ଲାଗି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଇରଙ୍ଗପୁରରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *