Hjeleztawaanjm4 1024x576

କ୍ବେଟା ରେଲୱେ ଟ୍ରାକରେ ବିସ୍ଫୋରଣ, ୨୪ ମୃତ, ୫୦ ଆହତ

Spread the love

ପାକିସ୍ତାନ :ରବିବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କ୍ୱେଟାର ଚମନ ରେଳ ଫାଟକ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣକୁ କର୍ତ୍ତୃପକ୍ଷ ଏକ ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି।

କାରଣ ବିସ୍ଫୋରଣ ସମୟରେ ସାମରିକ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ନେଇ ପେଶାୱର ଅଭିମୁଖେ ଯାଉଥିଲା ଏକ ରେଳଗାଡ଼ି ଯାଉଥିଲା ଜାଫର ଏକ୍ସପ୍ରେସ୍। ଆଗାମୀ ଇଦ୍ ଛୁଟି ପାଇଁ ସେମାନେ ୟାତ୍ରା କରୁଥିଲେ। ଅଧିକାରୀଙ୍କ ଅନୁସାରେ, ଚମନ ଫାଟକରେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଗନାଲ ନମାନି ଫାଟକ ମଧ୍ୟକୁ ପ୍ରବେଶ କରିଥିଲା ଏବଂ ଗୋଟିଏ ବଗିକୁ ଧକ୍କା ଦେବା ଯୋଗୁଁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶକ୍ତି ଯୋଗୁଁ ଅନେକ ବଗି ଲାଇନଚ୍ୟୁତ ହୋଇଥିଲା। ଅନେକ ବଗି ମଧ୍ୟ ଓଲଟି ଯାଇଥିଲା।

Leave a Reply

Your email address will not be published. Required fields are marked *