India rejects

ଭାରତ-ପାକିସ୍ତାନ ଯୁଦ୍ଧବିରତି ମଧ୍ୟସ୍ଥତା ନେଇ ଚୀନର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ

Spread the love

ଆମେରିକା : ଭାରତ-ପାକିସ୍ତାନ ଯୁଦ୍ଧବିରତିର ମଧ୍ୟସ୍ଥତା ଦାବି ତୀବ୍ର ହୋଇଛି । ପ୍ରଥମେ ଆମେରିକା ମଧ୍ୟସ୍ଥତା ଦାବି କରିଥିବାବେଳେ ଏବେ ଚୀନ ଏହାକୁ ନେଇ ଦାବି କରିଛି । କିନ୍ତୁ ଉଭୟ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଯୁଦ୍ଧବିରତିରେ ୩ୟ ପକ୍ଷର ସମ୍ପୃକ୍ତି ନଥିଲା ବୋଲି ଭାରତ ସ୍ପଷ୍ଟ କରିଛି ।

ସୂଚନାନୁଯାୟୀ, ୨୦୨୫ ମେ ମାସର ଆରମ୍ଭରେ ଭାରତ-ପାକିସ୍ତାନ ବିବାଦ ସମୟରେ ଚୀନର ମଧ୍ୟସ୍ଥତା ଦାବିକୁ ଭାରତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି । ମଧ୍ୟସ୍ଥତା ଉପରେ ଭାରତର ଦୃଷ୍ଟିକୋଣ ସର୍ବଦା ସ୍ପଷ୍ଟ ରହିଛି । ଅପରେସନ ସିନ୍ଦୁର ପରେ କୌଣସି ମଧ୍ୟସ୍ଥତା ହୋଇନଥିଲା । ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ ହୋଇପାରିବ ନାହିଁ ବୋଲି ଭାରତ କହିଛି ।

ହେଲେ ଏହାରି ମଧ୍ୟରେ ଚୀନ୍ ଏବେ ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ଭିତ୍ତିହୀନ ଦାବି କରିଛି । ବେଜିଂରେ ଅନ୍ତର୍ଜାତୀୟ ପରିସ୍ଥିତି ଏବଂ ଚୀନ୍‌ର ବୈଦେଶିକ ସମ୍ପର୍କ ଉପରେ ୱାଙ୍ଗ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସୀମାପାର ବିବାଦ ଅଧିକ ଥର ଘଟିଛି ।  ଫଳରେ ଭୂରାଜନୈତିକ ସ୍ଥଳରେ ଅସ୍ଥିରତା ବ୍ୟାପିବାରେ ଲାଗିଛି । ଦୀର୍ଘସ୍ଥାୟୀ ଶାନ୍ତି ପାଇଁ ଆମେ ଏକ ନିରପେକ୍ଷ ଏବଂ ସଠିକ୍ ମନୋଭାବ ଗ୍ରହଣ କରିଛୁ ।”

ଏଥିସହ ଆହୁରି ମଧ୍ୟ ସେ କହିଛନ୍ତି, ‘ଆମେ ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏକ ନିରପେକ୍ଷ ଏବଂ ସଠିକ୍ ଆଭିମୁଖ୍ୟ ଗ୍ରହଣ କରିଛୁ । ଉତ୍ତର ମିଆଁମାରରେ ମଧ୍ୟସ୍ଥତା କରି, ଇରାନ ପରମାଣୁ ପ୍ରସଙ୍ଗ, ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା, ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ସମସ୍ୟା ଏବଂ କାମ୍ବୋଡିଆ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ସାମ୍ପ୍ରତିକ ବିବାଦ ସମାଧାନ କରିଛୁ ।’

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ପୂର୍ବରୁ ଅନେକ ଥର ଏହିପରି ଦାବି କରିଛନ୍ତି । ଭାରତ କିନ୍ତୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ଭାରତ ଆହୁରି ମଧ୍ୟ କହିଛି ଯେ, ଏହି ଯୁଦ୍ଧବିରତି କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପରୁ ହୋଇନାହିଁ । ଦୁଇ ବରଂ ଦେଶର ଡାଇରେକ୍ଟର ଜେନେରାଲ ଅଫ୍ ଷ୍ଟାଫ୍ (DGMO)ଙ୍କ ମଧ୍ୟରେ ଆଲୋଚନାରୁ ହୋଇଛି ।

Leave a Reply

Your email address will not be published. Required fields are marked *