Sarkar

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ନିହାର ସରକାର ଗିରଫ

Spread the love

ମାଲକାନଗିରି: ଜୁନିଅର ଇଞ୍ଜିନିୟର ନିହାର ରଞ୍ଜନ ସରକାର ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାରଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ । ତେବେ ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ୪୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି। ଶନିବାର ତାଙ୍କୁ ଜୟପୁର ଭିଜିଲାନ୍ସ ବିଶେଷ ଅଦାଲତରେ ହାଜର କରାଯିବ। ଏବେବି ତଦନ୍ତ ଜାରି ରହିଛି।

ସୂଚନା ମୁତାବକ, ଗତକାଲି ଜୟପୁର ଭିଜିଲାନ୍ସ ଟିମ୍ କୋଟିପତି କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଅଫିସ୍ ସମେତ ୪ଟି ସ୍ଥାନରେ ଚଢ଼ଉ କରିଥିଲା। ତାଙ୍କ ପାଖରୁ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଭିଜିଲାନ୍ସ ତଥ୍ୟ ମୁତାବକ, ତାଙ୍କ କଳା ସାମ୍ରାଜ୍ୟରେ ଏକ ତିନି ମହଲାର ମୂଲ୍ୟବାନ ଅଟ୍ଟାଳିକା, ୮ଟି ମୂଲ୍ୟବାନ ପ୍ଲଟ୍, ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଠାବ କରାଯାଇଛି। ବ୍ୟାଙ୍କ୍, ପୋଷ୍ଟାଲ୍ ଓ ଅନ୍ୟାନ୍ୟ ଜମା ରାଶି ସମ୍ପର୍କରେ ଖୋଳତାଡ଼ ଚାଲିଛି।

ବିଭାଗୀୟ ଡିଏସପି ସଦାନନ୍ଦ ପାଣିଙ୍କ କହିବା ମୁତାବକ, ଜୟପୁର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଗତକାଲି ସକାଳେ ଜେଇ ନିହାର ସରକାରଙ୍କ ଅଫିସ୍ ଚ୍ୟାମ୍ବର, ମାଲକାନଗିରି ସହର ଜୟନଗରରେ ଥିବା ୩ ମହଲା କୋଠା, କାଲିମେଳା ବ୍ଲକ୍ ଏମପିଭି-୧୦ର ପୈତୃକ ଘର ଓ ନବରଙ୍ଗପୁର ଜିଲ୍ଲା ରାଇଘରରେ ଥିବା ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏଥିରେ ଡିଏସପି ଇନ୍ସପେକ୍ଟର ସମେତ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ। ସରକାର ୨୦୧୫ ମସିହା ନଭେମ୍ବର ୧୪ ତାରିଖରେ ଜିପିଟିଏ ଭାବରେ ମାଥିଲି ବ୍ଲକ୍ରେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କ ଦରମା ଥିଲା ମାତ୍ର ୧୮ ହଜାର ୫ ଶହ ଟଙ୍କା । ୨୦୨୨ ଅଗଷ୍ଟ ପହିଲାରେ ସେହି ମାଥିଲି ବ୍ଲକ୍ରେ ହିଁ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା । ୨୦୨୪ ଡିସେମ୍ବରରେ ମାଲକାନଗିରି ବ୍ଲକ୍ରେ ତାଙ୍କୁ ଜେଇ ଭାବେ ନିଯୁକ୍ତି ମିଳିଥିଲା ।

 

Leave a Reply

Your email address will not be published. Required fields are marked *