Oplus 16908288

ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର: ପରିବହନ ମନ୍ତ୍ରୀ

Spread the love

ଭୁବନେଶ୍ବର: ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ, ଗାଡିର ସବୁ ପ୍ରକାର ପ୍ରମାଣପତ୍ର ରହିବା କଥା।

ସୂଚନା ଅନୁଯାୟୀ, ଗ୍ରୀନ୍ ଷ୍ଟିକର ପରିବହନ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ଯଦି କାହା ପାଖରେ ପ୍ରଦୂଷଣ ପ୍ରମାଣ ପତ୍ର ନଥିବ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି।

ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୧୯ରେ ଲାଗୁ ହୋଇଥିବା ବର୍ଦ୍ଧିତ ଫାଇନ କୋହଳ ନେଇ ତର୍ଜମା କରାଯିବ। ଅନ୍ୟ ରାଜ୍ୟରେ ଫାଇନ କମ୍‌ ରହିଛି ସେଥିପାଇଁ ଫାଇନ କୋହଳ ନେଇ ଆଲୋଚନା କରୁଛୁ। ସେହିପରି ରାଜ୍ୟରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ବସ୍ ସେବା ଲାଗୁ ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଥିବା ୧୪୨୨ଟି ବସ୍ ଯୋଗେ ସ୍କୁଲ ପିଲାଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦିଆଯିବ। ତେବେ ବିଭାଗର ଯେମିତି କ୍ଷତି ହେବନି ସେନେଇ ଆଲୋଚନା ଚାଲିଛି।

Leave a Reply

Your email address will not be published. Required fields are marked *