Presen

ନୂଆପଡା ଉପ ନିର୍ବାଚନ: ଘାସିରାମ ଓ ଜୟଙ୍କ ନାମାଙ୍କନ କାଏମ

Spread the love

ନୂଆପଡା: ସତ୍ୟପାଠରେ ନିଜ ଅପରାଧିକ ତଥ୍ୟ ଲୁଚାଇଥିବାରୁ ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥିପତ୍ର ନାକଚ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରିଥିଲା । ଏନେଇ ଆଜି ବିଜେପି ପକ୍ଷରୁ ଉଚ୍ଚ ନ୍ୟାୟାଳୟରୁ ଓକିଲ ଆଣି ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ନାକଚ କରିବା ପାଇଁ ଆବେଦନ କରିଥିଲେ। ଘାସିରାମଙ୍କ ପାଇଁ ମଧ୍ୟ ନିଜେ ଭକ୍ତାଦସଙ୍କ ସହ ନୂଆପଡ଼ାର ବରିଷ୍ଠ ଓକିଲ ଶେତରାମ୍ ଦେୱାଙ୍ଗନ ଉପସ୍ଥିତ ଥିଲେ। ସୂଚନା ମୁତାବକ ଉଭୟ ବିଜେପିର ପ୍ର।।ର୍ଥୀ ଜୟ ଢୋଲକିଆ ଓ ଜାତୀୟ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ କାଏମ ରହିଛି। ଏହାକୁ ନେଇ ବିଜେପି ଓ କଂଗ୍ରେସ ଓକିଲଙ୍କ ପ୍ରତିକ୍ରିୟା ଶୁଣନ୍ତୁ ।

ସୋମବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ମାଧ୍ୟମରେ ଜଣାଇଥିଲେ ଯେ ଘାସିରାମ ମାଝୀ ନୂଆପଡା ଥାନାରେ ୨୦୧୮ ଓ ୨୦୨୨ର ଦୁଇ ମାମଲା ସମ୍ପର୍କରେ ୨୦୨୪ ନିର୍ବାଚନ ସତ୍ୟପାଠରେ ଉଲ୍ଲେଖ କରିଥିଲେ । କିନ୍ତୁ ଆଗାମୀ ଉପ ନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ଉକ୍ତ ଦୁଇ ମାମଲା ସମ୍ପର୍କରେ ଜାଣିଶୁଣି ସୂଚନା ଦେଇ ନାହାଁନ୍ତି ।

Leave a Reply

Your email address will not be published. Required fields are marked *