ସିବିଆଇ ଜାଲରେ ପାରାଦୀପ ବନ୍ଦର ଅଧିକାରୀ, ବାସଭବନରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
ପାରାଦୀପ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରାଦୀପ ବନ୍ଦରର ଡେପୁଟି ଟ୍ରାଫିକ୍ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ରଙ୍କ ଘରେ ସିବିଆଇ (CBI) ଚଢ଼ାଉ କରିଛି। ଆଜି ସିବିଆଇ ପକ୍ଷରୁ ଏକକାଳୀନ ୪ଟି ପ୍ରମୁଖ ସ୍ଥାନରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ ନାରାୟଣ ମିଶ୍ରଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଇଡି (ED) ଏବଂ ଲୋକାୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇଥିଲା।
