କାମାକ୍ଷାନଗର ଜଙ୍ଗଲରେ ଦୁଇ ହାତୀ ମୃତ, ତଦନ୍ତ କରୁଛି ବନ ବିଭାଗ
କାମାକ୍ଷାନଗର: କାମାକ୍ଷାନଗର ଜଙ୍ଗଲରେ ଦୁଇ ହାତୀ ମୃତ । ୫୦୦ ମିଟର ବ୍ୟବଧାନରେ ମିଳିଲା ଦୁଇଟି ହାତୀଙ୍କ ମୃତଦେହ । ଗୋଟିଏ ହାତୀର ବୟସ ୧୨ ବର୍ଷ, ଅନ୍ୟଟି ଶିଶୁ ହାତୀ । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣୀ ଫରେଷ୍ଟ ଗୋଦରବିଲ୍ଲି ଅଞ୍ଚଳରୁ ମିଳିଛି ଦୁଇ ହାତୀ ମୃତଦେହ ।
ତେବେ ଦୁଇ ହାତୀଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି । ହାତୀ ଦୁଇଟିଙ୍କ କିପରି ଓ କେଉଁ କାରଣରୁ ମୃତ୍ୟୁ ହୋଇଛି, ତାହା ଏବେ ବି ରହସ୍ୟ ଘେରରେ । ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ବନ ବିଭାଗ ।
