Images

ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ସହ ଜିଏସଟି ସଂସ୍କାରର କୌଣସି ସଂପର୍କ ନାହିଁ: ସୀତାରମଣ

Spread the love

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ ଜିଏସଟି (GST) ହ୍ରାସର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି। ତେବେ ସରକାର ୫୪ଟି ସାମଗ୍ରୀର ଦର ଉପରେ ନଜର ରଖିଛନ୍ତି, ଯେପରିକି ଦର ହ୍ରାସର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ।

ତେବେ ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ସଦ୍ୟ କାର୍ଯ୍ୟକାରୀ ହୋଇଥିବା ଜିଏସଟି ସଂସ୍କାରଗୁଡ଼ିକର ଶୁଳ୍କ ଯୁଦ୍ଧ ସହିତ କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି ଯେ ସଂସ୍କାର ପ୍ରକ୍ରିୟା ଗତ ଦେଢ଼ ବର୍ଷ ଧରି ଚାଲିଥିଲା, ଏବଂ ଏହି ପଦକ୍ଷେପ ଏକ ପୂର୍ବ ଯୋଜନାବଦ୍ଧ ରଣନୀତିର ଅଂଶ ଥିଲା। ସେ କହିଛନ୍ତି ଯେ ସଂସ୍କାରଗୁଡ଼ିକ ଗତ ଦେଢ଼ ବର୍ଷ ଧରି ପ୍ରକ୍ରିୟାରେ ଥିଲା, ଏବଂ ସେତେବେଳେ କେହି ଶୁଳ୍କ ଯୁଦ୍ଧ ବିଷୟରେ ଚିନ୍ତା କରିନଥିଲେ। ମନ୍ତ୍ରୀମାନଙ୍କର ଅନେକ ଗୋଷ୍ଠୀ ଏହା ଉପରେ ନିରନ୍ତର କାମ କରୁଥିଲେ। ସରକାରଙ୍କ ପ୍ୟାକେଜକୁ ଡିଏସଟି ପରିଷଦକୁ ପଠାଯାଇଥିଲା, ଏବଂ ପରିଷଦ ଏହାକୁ ବିଚାର ପାଇଁ ସମ୍ପୃକ୍ତ ମନ୍ତ୍ରୀଗୋଷ୍ଠୀଗୁଡ଼ିକୁ ପଠାଇଥିଲା। ଏହା ଉପରେ ବିଭିନ୍ନ ସ୍ତରରେ ଆଲୋଚନା ହୋଇଥିଲା। ଏଣୁ ଏହାକୁ ଟାରିଫ ଯୁଦ୍ଧ ସହ ଯୋଡ଼ିବା ଠିକ ନୁହେଁ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

Leave a Reply

Your email address will not be published. Required fields are marked *