7

ବଡ଼ ଭାଇକୁ ପିଟି ପିଟି ମାରିଦେଲା ସାନ

Spread the love

ପାଟଣାଗଡ଼ : ଭାଇକୁ ମାରିଲା ଭାଇ । ସାମାନ୍ୟ ବଚସାରୁ ଫିକା ପଡ଼ିଲା ରକ୍ତର ସମ୍ପର୍କ । ବଡଭାଇକୁ ପିଟି ପିଟି ମାରିଦେଲା ସାନଭାଇ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବାଲିପଟା ଗାଁର ଅଭାବନୀୟ ଘଟଣା । ମୃତକ ହେଲେ ବାଲିପଟା ଗାଁର ଭୃମରାଜ ମାଝୀ ।

ସୂଚନା ଅନୁଯୟୀ, ଭୃମରାଜ ଓ ପ୍ରେମାନନ୍ଦ ଘରୁ ଖାଇସାରି ନିଜ କ୍ଷେତ ଘରକୁ ଶୋଇବା ପାଇଁ ଯାଇଥଲେ । ଦୁଇଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପ୍ରେମାନନ୍ଦ ଉତ୍ୟକ୍ତ ହୋଇ ଖଟ କାଠରେ ଭୃମରାଜ ମାଝୀଙ୍କୁ ପିଟିପିଟି ମାରିଦେଇଛନ୍ତି । ନିଜେ ଗାଁରେ ଯାଇ ହତ୍ୟା କରିଥିବା କହିବା ପରେ ମୃତକଙ୍କ ବାପା ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ପ୍ରେମାନନ୍ଦ ମାଝୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *