Screenshot 2025 10 16 123613 1 750x430

ବିହାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କ୍ୟାମ୍ପେନ୍

Spread the love

ଭୁବନେଶ୍ୱର: ବିହାର ନିର୍ବାଚନ ମୈଦାନରେ ଓଡିଶା ମୁଖ୍ୟମନ୍ତ୍ରୀ। ଷ୍ଟାର କ୍ୟାମ୍ପେନରେ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ।

ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ସିଧାସଳଖ ବିହାର ଯାତ୍ରା କରି ପ୍ରଚାର ଶେଷ କରି ଓଡ଼ିଶା ଫେରିବେ। ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ମାହୋଲ ସରଗରମ ହେଉଛି। ଏହି ପରିପ୍ରେକ୍ଷୀରେ ବିଜେପି ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି।

ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ ଏବଂ ୟୁପି, ମହାରାଷ୍ଟ୍ର, ଆସାମ, ମଧ୍ୟପ୍ରଦେଶ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି। ଏହା ସହ ଏକାଧିକ କେନ୍ଦ୍ରମନ୍ତ୍ରୀ ଏବଂ ଭୋଜପୁରୀ ଅଭିନେତାମାନେ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।

Leave a Reply

Your email address will not be published. Required fields are marked *