Cuttack muhamuhi

କଟକରେ ପୁଣି ଉତ୍ତେଜନା: ପୁଲିସର ଲାଠିମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ

Spread the love

କଟକରେ ଭସାଣ ଗଣ୍ଡଗୋଳକୁ ବିରୋଧ କରି ହିନ୍ଦୁ ସଂଗଠନ ପକ୍ଷରୁ ରବିବାର ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ତେବେ ଶୋଭାଯାତ୍ରା ଯୋଗୁ ବିଶୃଙ୍ଖଳିତ ପରିସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ତାହାକୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ପୁଲିସକୁ ଲାଠିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି।

ପୂର୍ବ ନିଷ୍ପତ୍ତି ଅନୁସାରେ ଏକ ସଂଗଠନ ପକ୍ଷରୁ ରବିବାର କଟକ ଦରଘାବଜାର ଅଞ୍ଚଳରେ ଶୋଭାଯାତ୍ରା କରାଯାଇଥିଲା। ଭସାଣ ଗଣ୍ଡଗୋଳକୁ ବିରୋଧ କରି ଏହି ଶୋଭାଯାତ୍ରା ଚାଲିଥିବାବେଳେ ପୁଲିସ ଦରଘାବଜାର ନିକଟରେ ଶୋଭାଯାତ୍ରାକାରୀଙ୍କୁ ଅଟକାଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଏବଂ ଶୋଭାଯାତ୍ରାକାରୀ ମୁହାଁମୁହିଁ ହୋଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରେ ପୋଡ଼ାଜଳା କରିଥିଲେ। ଏପରି କି ସେହି ସମୟରେ ପୁଲିସ ଉପରକୁ କିଛି ଢେଲାପଥର ମାଡ଼ ହୋଇଥିଲା। ଏଥିରେ କିଛି ପୁଲିସ ଆହତ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା। ଏପରି କି ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଯାହାଫଳରେ ଗଣ୍ଡଗୋଳକାରୀ ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ସହରରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସାହି ଏବଂ ଗଳିକନ୍ଦିରରେ ପୁଲିସ ଛାଉଣୀ ହୋଇଛି। ଭସାଣ ଦିନ କଟକରେ ଗଣ୍ଡଗୋଳ ଘଟଣା ପରଠାରୁ ସହରରେ ଅଶାନ୍ତ ବାତାବରଣ ଲାଗି ରହିଛି।

Leave a Reply

Your email address will not be published. Required fields are marked *