Screenshot 2025 10 05 194241 1200x626 1 750x430

କଟକରେ ଇଣ୍ଟରନେଟ ସେବା ବନ୍ଦ, ସାମାଜିକ ଗଣମାଧ୍ୟମ ଉପରେ କଟକଣା

Spread the love

କଟକ; ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି। ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ଯାଏ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ହ୍ବାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଭଳି ଅନେକ ସାମାଜିକ ଗଣମାଧ୍ୟମ ଆପଗୁଡ଼ିକ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ସିଡିଏ, ସିଏମସି ଏବଂ ବୟାଳିଶିମୌଜା ଅଞ୍ଚଳ ପାଇଁ ଏହି କଟକଣା ଲାଗୁ କରାଯାଇଛି।

ଗଣ୍ଡଗୋଳ ଘଟଣା ପ୍ରତିବାଦରେ ରବିବାର କଟକରେ ବିଭିନ୍ନ ସଂଗଠନ ପକ୍ଷରୁ ଶୋଭାଯାତ୍ର କରାଯାଇଥିଲା। ଦରଘାବଜାର ନିକଟରେ ପୁଲିସ ଶୋଭାଯାତ୍ରାକୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ଶୋଭାଯାତ୍ରାକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଢେଲାପଥର ମାଡ଼ ହୋଇଥିଲା। ଫଳରେ ପୁଲିସ ପକ୍ଷରୁ ଲାଠିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଆସନ୍ତା କାଲି ବନ୍ଦ ଡାକରା ଦିଆଯାଇଥିବାରୁ ହିଂସାକାଣ୍ଡ ସୃଷ୍ଟି ହେବା ଆଶଙ୍କା​‌ରେ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସାହି ଗଳିକନ୍ଦିରେ ପୁଲିସ ଛାଉଣୀ ହୋଇଛି।

Leave a Reply

Your email address will not be published. Required fields are marked *