Russia attack

ୟୁକ୍ରେନ ଉପରେ ମିସାଇଲ ମାଡ଼, ୫ ମୃତ, ୧୦ରୁ ଅଧିକ ଆହତ

Spread the love

ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ।  ରାତି ସାରା ୟୁକ୍ରେନର ବିଭିନ୍ନ ସହର ଉପରେ ତୁହାକୁ ତୁହା ମିସାଇଲ ଓ ଡ୍ରୋନ ଆଟାକ।  ରାତିରେ କ୍ରେମଲିନ ପକ୍ଷରୁ ପ୍ରାୟ ୫୦ ମିସାଇଲ ଓ ୫ଶହ ଡ୍ରୋନ ଆଟାକ ହୋଇଥିବା ଦାବି କରିଛି ୟୁକ୍ରେନ।  ମୁଖ୍ୟତଃ ୯ଟି ସହର ଲଭିଭ, ଝାପୋରଝିଆ, ଇଭାନେ-ଫ୍ରାଙ୍କିଭସ୍କି, ଚେର୍ଣ୍ଣିହିଭ,ଖେରସନ, ଖାରକିଭ, ଓଡେଶା, ଭିନିସିଆ ଆଦିକୁ ଟାର୍ଗେଟ କରାଯାଇଥିଲା।

ୟୁକ୍ରେନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଏବଂ ସାଧାରଣ ଜନବସତି ଉପରେ ହୋଇଛି ଆକ୍ରମଣ। ଏଥିରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଉତ୍ତର ଚେର୍ଣ୍ଣିହିଭର ଝାପରୋଝିଆରେ ବିଜୁଳି ଭିତ୍ତିଭୂମି ବ୍ଯାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ୟୁକ୍ରେନ ଶକ୍ତିମନ୍ତ୍ରୀ।

ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହାକୁ ଆତଙ୍କବାଦୀଙ୍କ ଆକ୍ରମଣ ବୋଲି କହିଛନ୍ତି। ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନ ଉପରେ ଏହା ରୁଷର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *