Tt 2025 10 01 14 36 25

ଫିଲିପାଇନ୍ସ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି, ୧୫୦ଆହତ

Spread the love

ନୂଆଦିଲ୍ଲୀ: ବଢ଼ିଲା ମୃତ୍ୟୁସଂଖ୍ୟା। ଫିଲିପାଇନ୍ସରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପାଇଁ ପ୍ରଥମେ ୬୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ କେନ୍ଦ୍ରୀୟ ଫିଲିପାଇନ୍ସରେ ଏହି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ଥିବା କୁହାଯାଇଥିଲା। ଏହି ଶକ୍ତିଶାଳୀ ଭୂକମ୍ପରେ ଏପର୍ଯ୍ୟନ୍ତ ପ୍ରାୟ ୬୯ଜଣଙ୍କର ଜୀବନ ଯାଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।
ଆମେରିକା ଭୂ-ବିଜ୍ଞାନ ସର୍ଭେ ରିପୋର୍ଟ କରିଛି ଯେ, ଭୂମିକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୯୦ହଜାର ଜନସଂଖ୍ୟା ବିଶିଷ୍ଟ ଉପକୂଳବର୍ତ୍ତୀ ସହର ବୋଗୋଠାରୁ ପ୍ରାୟ ୧୭ କିଲୋମିଟର ଉତ୍ତର-ପୂର୍ବରେ ଥିଲା।
ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରୁ ବୋଗୋ ସହର ଆଗରେ ରହିଛି। ଏଠାରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଅଧିକାରୀମାନେ କହିଛନ୍ତି । ଏକ ପାହାଡିଆ ଗାଁରେ ଭୂକମ୍ପ ପାଇଁ ଭୂସ୍ଖଳନ ହେବାରୁ ଅନେକ କୁଡ଼ିଆ ମାଟି ତଳେ ପୋତି ହୋଇଯାଇଛି, ଯାହା ଫଳରେ ଉଦ୍ଧାରକାରୀଙ୍କ ପାଇଁ ଉଦ୍ଧାରକାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିଛି। ମାଟି ତାଡ଼ି ଲୋକଙ୍କୁ ବାହାର କରିବା ପାଇଁ ବଡ଼ ବଡ଼ ମେସିନ୍‌ର ଆବଶ୍ୟକତା ଥିବା ବେଳେ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଏହା ସମ୍ଭବ ହୋଇପାରୁନାହିଁ।

Leave a Reply

Your email address will not be published. Required fields are marked *