Screenshot 2025 09 08 162435

ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳ ଅଶାନ୍ତ, ସଂସଦରେ ପଶିଲେ ପ୍ରଦର୍ଶନକାରୀ; ୧୪ ଜଣଙ୍କ ମୃତ୍ୟୁ

Spread the love

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8 ତାରିଖରୁ Gen-Z ରେଭ୍ୟୁଲେସନ ନାମରେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ପ୍ରତିବାଦ ଏତେ ବଢିଯାଇଛି ଯେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହେବାରେ ଲାଗିଛି। କାଠମାଣ୍ଡୁର ସଂସଦ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି, ଯେଉଁଥିରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ଓ ଏବଂ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି।

ଏପଟେ କାଠମାଣ୍ଡୁର ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ନେପାଳ ସରକାର ନିଜର ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି।

ନେପାଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଖରାରେ ମଧ୍ୟ କର୍ଫ୍ୟୁ ଜାରି କରାଯାଇଛି। ଏପଟେ ଭାରତ-ନେପାଳ ସୀମାରେ ସତର୍କତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୂତ୍ର ଅନୁସାରେ, ଭାରତ-ନେପାଳ ସୀମାରେ ଏସଏସବି ସତର୍କତା ବୃଦ୍ଧି କରିଛି। ଭାରତ-ନେପାଳ ସୀମାର ସୁରକ୍ଷା ପାଇଁ ଏସଏସବି ନିୟୋଜିତ ହୋଇଛିନ୍ତି।

ବିକ୍ଷୋଭକାରୀମାନଙ୍କ ଉଗ୍ର ବିକ୍ଷୋଭକୁ ଦେଖି ବିଭିନ୍ନ ଅଞ୍ଚଳରେ,ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ଅନ୍ୟ ବଡ଼ ନେତା ଓ ଅଧିକାରୀମାନଙ୍କ ବାସଭବନ ବାହାରେ ବ୍ୟାରିକେଡ଼ କରାଯାଇଛି।

ବିକ୍ଷୋଭକାରୀ କହିଛନ୍ତି, “ଆମେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଯୋଜନା କରୁଥିଲୁ, କିନ୍ତୁ ଆମେ ଆଗକୁ ବଢ଼ିବା ମାତ୍ରେ ପୋଲିସ ହିଂସା ଦେଖିଲୁ। ପୋଲିସ ଲୋକଙ୍କ ଉପରେ ଗୁଳିଚାଳନା କରୁଛି, ଯାହା ଶାନ୍ତିପୂର୍ଣ୍ଣ ପ୍ରତିବାଦର ମୌଳିକ ନୀତି ବିରୁଦ୍ଧରେ। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ଆମ ଉପରେ ସେମାନଙ୍କର ଶକ୍ତି ଦେଖାଇ ପାରିବେ ନାହିଁ । ଦୁର୍ନୀତି ବିରୋଧୀ ପ୍ରତିବାଦକୁ ଦମନ କରାଯାଉଛି, ଯାହା ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ମତବ୍ୟକ୍ତ କରିବାର ଅଧିକାର ବିରୁଦ୍ଧରେ। ପୋଲିସ ପ୍ରତିବାଦକାରୀଙ୍କ ଉପରେ ଗୁଳିଚାଳନା କରୁଛି।”

ସୂଚନାଥାଉକି, ସେପ୍ଟେମ୍ବର ୪ ତାରିଖରେ ନେପାଳ ସରକାର ଫେସବୁକ୍, ଟ୍ୱିଟର (X), ହ୍ୱାଟ୍ସଆପ୍, ୟୁଟ୍ୟୁବ୍ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିଥିଲେ। କାରଣ ଦର୍ଶାଯାଇଥିଲା ଯେ ଏହି କମ୍ପାନୀଗୁଡ଼ିକ ନେପାଳର ସୂଚନା ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ସହିତ ପଞ୍ଜୀକୃତ ହୋଇ ନଥିଲେ।

 

Leave a Reply

Your email address will not be published. Required fields are marked *