ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ, ଚିଲିକା କୂଳରେ ଫସି ରହିଛନ୍ତି ୬ ଯାତ୍ରୀ
ଚିଲିକା : ବାତ୍ୟା ଅର୍ଣ୍ଣବ ପାଇଁ ଚିଲିକା କୂଳରେ ଫସି ରହିଛନ୍ତି ୬ ଜଣ ଶ୍ରମିକ । ପ୍ରଶାସନ ତରଫରୁ ୨୬ ରୁ ୨୯ ଯାଏ ୪ ଦିନ ଦିନ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ବନ୍ଦ କରିଦିଆ ଯାଇଛି । ମୁରସିଦାବାଦରୁ କାମକରିବା ପାଇ ଆସିଥିବା ୬ ଜଣ ଶ୍ରମିକ ଚିଲିକା ପାରି ପାଇଁ କାଲି ସନ୍ଧ୍ୟାରୁ ଅପେକ୍ଷାରେ କରି ରହିଛନ୍ତି । ତାଙ୍କ ଠିକାଦାରଙ୍କ ସହିତ ଯୋଗାଯୋଗ ହୋଇପାରୁନାହିଁ । ବାତ୍ୟା ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ଥିବାରୁ ଖାଇବା ପିଇବାକୁ ହଇରାଣ ହେଉଛନ୍ତି । କେଉଁ ଜାଗାକୁ କାମପାଇଁ ଯିବେ ତାହା ମଧ୍ୟ ତାଙ୍କୁ ଜଣା ନାହିଁ । ଫସିଥିବା ଯାତ୍ରୀଙ୍କ ସହିତ ଅଧିକ ଆଲୋଚନା କରୁଛନ୍ତି ଆମ ବ୍ରହ୍ମଗିରି ପ୍ରତିନିଧି କେଦାରନାଥ ଦାସ ।
