Image 1750819930539 (1)

ଆମେରିକା ଉପରେ ଭାରତ ସରକାର ୫୦% ଶୁଳ୍କ ଲାଗୁ କରନ୍ତୁ: ଶଶି ଥରୁର

Spread the love

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ପୂର୍ବରୁ ସେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ, କିନ୍ତୁ ଏବେ ସେ ଏହାକୁ ଦୁଇଗୁଣ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ଶଶି ଥରୁରଙ୍କ ବୟାନ ସାମ୍ନାକୁ ଆସିଛି।
ଶଶି ଥରୁର କହିଛନ୍ତି ଯେ, ଯଦି ଆମେରିକା ଆମ ଉପରେ ୫୦ପ୍ରତିଶତ ଶୁଳ୍କ ଲଗାଉଛି, ତେବେ ଆମେ ମଧ୍ୟ ସେମାନଙ୍କ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ଉଚିତ। କେବଳ ବାଣିଜ୍ୟ ଯୋଗୁଁ ସମ୍ପର୍କକୁ କାହିଁକି ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି? ଆମ ପକ୍ଷରୁ ସମ୍ପର୍କ ଖରାପ କରାଯାଉନାହିଁ। ଆମେରିକା ଜାଣିଶୁଣି ଏଭଳି କରୁଛି।
ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, “ଟ୍ରମ୍ପଙ୍କ ୫୦ ପ୍ରତିଶତ ଶୁଳ୍କ ଲାଗୁର ପ୍ରଭାବ ଭାରତ ଉପରେ ନିଶ୍ଚିତ ପଡ଼ିବ। କାରଣ ଆମେ ସେମାନଙ୍କ ସହିତ ୯୦ବିଲିୟନ ଡଲାରର ବାଣିଜ୍ୟ କରୁଛେ। ଯଦି ସବୁକିଛି ୫୦ପ୍ରତିଶତ ମହଙ୍ଗା ହୋଇଯାଏ, ତେବେ କ୍ରେତାମାନେ ମଧ୍ୟ ଭାବିବେ, ସେମାନେ ଭାରତୀୟ ଜିନିଷ କାହିଁକି କିଣିବେ? ଟ୍ରମ୍ପଙ୍କ ଏହି ପଦକ୍ଷେପ ଆମେରିକାର ଅନେକ ଲୋକଙ୍କ ପାଇଁ ଆମର ସାମଗ୍ରୀକୁ ମହଙ୍ଗା କରିଦେବ। ଚୀନ୍ ରୁଷରୁ ବିଭିନ୍ନ ସାମଗ୍ରୀ ଆମଦାନୀ କରେ, ଯେଉଁଥିରେ ଭାରତ ଅପେକ୍ଷା ଅଧିକ ରୁଷୀୟ ତେଲ ଅନ୍ତର୍ଭୁକ୍ତ। ଏହା ସତ୍ତ୍ବେ ବି ଭାରତକୁ ୩ସପ୍ତାହ ସମୟ ଦେଇ ଚୀନକୁ ୯୦ଦିନର ସମୟ ଦେଇଛି ଆମେରିକା। ୟୁରାନିୟମ୍, ପାଲାଡିୟମ୍ ଭଳି ବିଭିନ୍ନ ଜିନିଷ ଅଛି ଯାହା ଆମେରିକା, ରୁଷରୁ ଆମଦାନୀ କରୁଛି। ଏହା ସତ୍ତ୍ବେ ବି ଆମେରିକା ଭାରତ ଉପରେ ଦାଉ ସାଧୁଛି।”
ଏହା ସହ ସେ କହିଛନ୍ତି, “ଯଦି ଆପଣ ଭିଏତନାମ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଏପରିକି ବାଂଲାଦେଶ ଏବଂ ପାକିସ୍ତାନ ଭଳି ଦେଶଗୁଡ଼ିକୁ ଦେଖିବେ, ତେବେ ସେମାନଙ୍କ ଉପରେ ଆମ ତୁଳନାରେ କମ୍ ଶୁଳ୍କ ଲାଗିଛି। ମୁଁ ଭୟ କରୁଛି ଯେ, ଯେତେବେଳେ ଆମେରିକୀୟମାନେ ଅନ୍ୟ ଦେଶରୁ ଶସ୍ତା ସାମଗ୍ରୀ ପାଇବେ, ସେମାନେ ଆମର ଉତ୍ପାଦ କାହିଁକି କିଣିବେ। ଏବେ ଆମେରିକାର ଅସଲ ଚେହେରା ସାମ୍ନାକୁ ଆସିଛି। ଭାରତ ସରକାର ମଧ୍ୟ ଆମେରିକାକୁ ଜବାବ ଦେଇ ୫୦% ଶୁଳ୍କ ଲାଗୁ କରିବା ଉଚିତ୍।”

Leave a Reply

Your email address will not be published. Required fields are marked *