Rtej

କେନ୍ଦ୍ରାପଡ଼ା‌ରେ ଯୁବତୀ ଜଳିଯିବା ଘଟଣା: ମୁଁ ନିଜେ ତଦନ୍ତ କରିବି କହିଲେ ଏସପି

Spread the love

କେନ୍ଦ୍ରାପଡ଼ା: ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ମୁଁ ନିଜେ ତଦନ୍ତ କରିବି କହିଲେ କେନ୍ଦ୍ରାପଡ଼ା ଏସପି । କେଉଁ ପରିସ୍ଥିତିରେ ଯୁବତୀ ଜଳିଗଲେ ତାହାର ତଦନ୍ତ କରିବି। ସୂଚନାଥାଉକି, ଘର ଭିତରେ ଜୀବନ୍ତ ଜଳିଗଲେ ଯୁବତୀ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ। ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀଜଣଙ୍କ ଜୀବନ ହାରିଛନ୍ତି। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିବା ଜଣାପଡିଛି ।

ଫୋରେନ୍ସିକ ଟିମ ଆସିଲା ପରେ ତଦନ୍ତ ଆଗକୁ ବଢ଼ିବ। ପୋଲିସ ଏତଲା ଗ୍ରହଣ କରି ନ ଥିବା ଅଭିଯୋଗର ବି ତଦନ୍ତ ହେବ ବୋଲି ଏସ୍‌ପି କହିଛନ୍ତି।

ଏପଟେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ପଲେଇ ବାବୁଙ୍କୁ ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଜଳି ଯାଇଥିବା ଯୁବତୀଙ୍କ ଅଭିଯୋଗ ପଲେଇ ବାବୁ ରଖି ନ ଥିବା ଅଭିଯୋଗ କରିଛନ୍ତି ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେହି ଜଣେ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *