Cloudbrust

ଉତ୍ତରକାଶୀରେ ବାଦଲଫଟା ବର୍ଷା; ୨୮ ପର୍ଯ୍ୟଟକ ନିଖୋଜ

Spread the love

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟରେ କେରଳର ୨୮ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେରଳର ୨୮ ଜଣ ପର୍ଯ୍ୟଟକ ଗଙ୍ଗୋତ୍ରୀ ଧାମକୁ ବାହାରିଥିଲେ ଏବଂ ରାସ୍ତାରେ ଧରାଲି ଗାଁରେ ରହିଥିଲେ। ସେମାନେ ସକାଳେ ଗଙ୍ଗୋତ୍ରୀ ଯିବାର ଥିଲା, କିନ୍ତୁ ଏବେ ସେମାନଙ୍କର କୌଣସି ସନ୍ଧାନ ନାହିଁ।
ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ କହିଛନ୍ତି, ଗୋଟିଏ ଦିନ ପୂର୍ବରୁ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ ଏବଂ ସେମାନେ ଗଙ୍ଗୋତ୍ରୀ ଯାଉଛନ୍ତି। ଜାଣିବାକୁ ମିଳିଛି ଯେ ସେମାନେ ଯେଉଁ ରାସ୍ତାରେ ଯାଉଥିଲେ ସେଠାରେ ଭୂସ୍ଖଳନ ହୋଇଛି। ବର୍ତ୍ତମାନସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିପାରୁନାହାଁନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ଖୋଜିବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *