ବବବ

ହେମା ମାଳିନୀଙ୍କ ନାଁରେ ଥାନାରେ ଏତଲା

Spread the love

ଭୁବନେଶ୍ଵର: ବଲିଉଡ଼ର ଡ୍ରିମ୍ ଗର୍ଲ ତଥା ବିଜେପି ନେତ୍ରୀ ହେମା ମାଳିନୀଙ୍କ ନାଁରେ ପୁରୀ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେନା। ହେମା ମାଳିନୀ ପୈତୃକ ଭାବେ ମୁସଲମାନ ଧର୍ମର। ବିବାହ ପରେ ମଧ୍ୟ ସେ ନିଜ ଧର୍ମ ପରିବର୍ତ୍ତନ କରି ନାହାନ୍ତି ବୋଲି ସେନା ଅଭିଯୋଗ ଆଣିଛି। ଏହା ଜାଣି ମଧ୍ୟ ପୁରୀ ସାଂସଦ ସମ୍ବିତ ପାତ୍ର ହେମା ମାଳିନୀଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ଆସିଥିଲେ। ତେଣୁ ତାଙ୍କ ନାମରେ ଅଭିଯୋଗ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି।

ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି, ଯେତେବେଳେ ଅଭିନେତା ଧର୍ମେନ୍ଦ୍ର, ହେମା ମାଳିନୀଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଧର୍ମେନ୍ଦ୍ର ବିବାହିତ ଥିଲେ। ତେଣୁ ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ ବିବାହ ଗ୍ରହଣୀୟ ନଥିଲା। ସେ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ, ହେମା ମାଳିନୀଙ୍କୁ ବିବାହ କରିବା ପାଇଁ ମସୁଲମାନ ଧର୍ମ ଗ୍ରହଣ କରି ବିବାହ କରିଥିଲେ। ଏହାର ସତ୍ୟତା ସେ ନିର୍ବାଚନ ଲଢିବାବେଳେ ଦେଇଥିବା ସତ୍ୟପାଠରେ ଦର୍ଶାଇ ଥିଲେ ବୋଲି ସେନା ଅଭିଯୋଗ କରିଛି।

Leave a Reply

Your email address will not be published. Required fields are marked *