1nzpnz8p6gcoybdxelpe

ଟ୍ରେନ ଅପହରଣ ଘଟଣାରେ ଅନ୍ୟକୁ ଦୋଷ ଦେଇ ନିଜ ବିଫଳତା ଲୁଚାଉଛି ପାକିସ୍ତାନ : ଭାରତ

Spread the love

ନୂଆଦିଲ୍ଲୀ : ବେଲୁଚିସ୍ତାନରେ ଟ୍ରେନ୍ ଅପହରଣ ଘଟଣା ପାଇଁ ପାକିସ୍ତାନ ଭାରତକୁ ଦାୟୀ କରୁଥିବାବେଳେ ଏନେଇ ଭାରତ ପକ୍ଷରୁ ମଧ୍ୟ କଡ଼ା ଜବାବ ମିଳିଛି। ଅନ୍ୟକୁ ଦୋଷଦେଇ ନିଜ ବିଫଳତା ଲୁଚାଉଛି ବୋଲି ଭାରତ କହିଛି ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲା। ପାକିସ୍ତାନର ଏହି ଭିତ୍ତିହୀନ ଦାବିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଭିତ୍ତିହୀନ ଅଭିଯୋଗକୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛୁ। ବିଶ୍ୱ ଆତଙ୍କବାଦର କେନ୍ଦ୍ର ସ୍ଥଳ କେଉଁଠି ତାହା ସମଗ୍ର ବିଶ୍ୱ ଜାଣେ । ଅନ୍ୟମାନଙ୍କ ଆଡ଼କୁ ଆଙ୍ଗୁଠି ଉଠାଇ ନିଜ ଆଭ୍ୟନ୍ତରୀଣ ବିଫଳତା ପାଇଁ ଦୋଷ ଲଦିବା ପରିବର୍ତ୍ତେ ପାକିସ୍ତାନ ଆତ୍ମବିଚାର କରିବା ଉଚିତ।

ଦୁଇଦିନ ତଳେ ପାକିସ୍ତାନ ସେନା ଦାବି କରିଥିଲା ଯେ ଟ୍ରେନ ଅପହରଣ କାଣ୍ଡର ଅବସାନ ଘଟିଛି ଓ ସମସ୍ତ ୩୩ ବଲୋଚ ବିଦ୍ରୋହୀ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ବଲୋଚ ବିଦ୍ରୋହୀ ସଙ୍ଗଠନ ବିଏଲ୍ଏ ପାକିସ୍ତାନୀ ସେନାର ଦାବିକୁ ଖଣ୍ଡନ କରି କହିଛି ଯେ ଏବେ ବି ଅନେକ କ୍ଷେତ୍ରରେ ଯୁଦ୍ଧ ଚାଲିଛି ଓ ଏବେ ବି ଅନେକ ପାକ ସୈନିକ ବନ୍ଧକ ଅଛନ୍ତି ।

Leave a Reply

Your email address will not be published. Required fields are marked *