Tara Prasad Bahinipati 1200x716 1 750x430

ମୁଁ କାହାକୁ ଡରିନାହିଁ, ମତେ ଫାଶୀ ଦେଇଦେଲେ ବି ମୁଁ ପ୍ରସ୍ତୁତ ଅଛି – ତାରା

Spread the love

ଭୁବନେଶ୍ୱର,୧୩।୩: ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁକୁ ନେଇ ରାଜନୀତି ତେଜିଛି। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲା କଂଗ୍ରେସ। ଯାହାୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ ଭାଜପା ନେତା ଜୟନାରାୟଣ ଏବଂ କଂଗ୍ରେସ ନେତା ତାରା ବାହିନୀପତି ହାତାହାତି ହୋଇଥିଲେ। ଯେଉଁ କାରଣରୁ ତାରାଙ୍କୁ ବିଧାନସଭାରୁ ୭ ଦିନ ଲାଗି ନିଲମ୍ବନ କରାଯାଉଛି। ଏହି ଘଟଣାକୁ ନେଇ ତାଙ୍କ ଦଳ ସହଜରେ ଗ୍ରହଣ କରିନାହିଁ।

ଏପଟେ ତାରା କହିଛନ୍ତି, ମୁଁ କଂଗ୍ରେସ ନେତା ଆଉ ବିରୋଧି ଦଳ। ସେଥିପାଇଁ ମୋ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁଁ କାହାକୁ ଡରିନାହିଁ, ମତେ ଫାଶୀ ଦେଇଦେଲେ ବି ମୁଁ ପ୍ରସ୍ତୁତ ଅଛି ।

ତାରା ଆହୁରି କହିଛନ୍ତି, ବିଧାନସଭାରେ ଜୟନାରାୟଣଙ୍କୁ କେବେ ମାରିଥିଲି ମୋର ମନେନାହିଁ। ତାଙ୍କର ପ୍ରଖର ସ୍ମରଣଶକ୍ତି। ସେ ମନେ ରଖିଥିବେ। ସରକାରଙ୍କର ମୋ ଉପରେ ଆଉ ମୋ ଦଳ ଉପରେ ଭାରି ଡର। ସେଥିପାଇଁ ସେ ଆମ ଉପରେ ଆକ୍ସନ ନେବାକୁ ବାଧ୍ୟ ହୋଇଛନ୍ତି। ତାଙ୍କର କେତେକ ମନ୍ତ୍ରୀ ଏବେ ଚାପରେ ଅଛନ୍ତି। ସେଦିନ ସେ ମୋର କଲର୍‌ ଧରିଥିଲେ। ହେଲେ ମୁଁ ମାଡପିଟ ମୁଡ୍‌ରେ ନ ଥିଲି। ମୁଁ ମାରିଥିଲେ ଆଉ ରହି ନ ଥାନ୍ତେ।

Leave a Reply

Your email address will not be published. Required fields are marked *