Pakistans Jaffar Express Train H

ପାକିସ୍ତାନରେ ଟ୍ରେନ୍‌ ଅପହରଣ, ୧୨୦ ଯାତ୍ରୀ ପଣବନ୍ଦୀ ସୂଚନା

Spread the love

ଇସଲାମାବାଦ: ପାକିସ୍ତାନରେ ମଙ୍ଗଳବାର ଏକ ଟ୍ରେନ୍ ଅପହରଣ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲୁଚିସ୍ତାନର ମାଚ୍ ଅଞ୍ଚଳରେ କେତେକ ସଶସ୍ତ୍ର ବ୍ୟକ୍ତି କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ୍ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ସଂଗଠନ ବେଲୁଚ ଲିବରେସନ ଆର୍ମୀ(ବିଏଲଏ) ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ଟ୍ରେନରେ ଯାତ୍ରା କରୁଥିବା ୧୨୦ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ରହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବେଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାକିସ୍ତାନୀ ଗଣମାଧ୍ୟମରେ ଏହା ଦାବି କରାଯାଇଛି ଯେ, ଟ୍ରେନ ଅପହରଣ ସମୟରେ ସୁରକ୍ଷା ବାହିନୀ ଏବଂ ସଶସ୍ତ୍ର ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଟ୍ରେନର ଲୋକୋ ପାଇଲଟ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *