Zpngca0rq4ddhnahte31

ମହିଳା ସମୃଦ୍ଧି ଯୋଜନାକୁ ଦିଲ୍ଲୀ ସରକାରଙ୍କ ମଂଜୁରୀ, ମହିଳାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା

Spread the love

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀର ମହିଳାମାନଙ୍କୁ ଉପହାର ଦେଇଛନ୍ତି ବିଜେପି ସରକାର । ନିର୍ବାଚନ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ମହିଳା ସମୃଦ୍ଧି ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅନୁସାରେ ମହିଳାମାନଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ ।

ବିଜେପି ପକ୍ଷରୁ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସିଏମ ରେଖା ଗୁପ୍ତା, ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବ, ବୈଜୟନ୍ତ ପଣ୍ଡା, ମହିଳା ଶାଖା ସଭାପତି ବନତୀ ଶ୍ରୀନିବାସନ ଏବଂ ସାଂସଦ କମଲଜିତ୍ ସହରାଓ୍ଵତ ଯୋଗ ଦେଇଥିଲେ। ଏହି ବୈଠକରେ ମହିଳା ସମୃଦ୍ଧି ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମହିଳା ସମୃଦ୍ଧି ଯୋଜନାକୁ ଅନୁମୋଦନ ମିଳିଛି। ମହିଳା ସମୃଦ୍ଧି ଯୋଜନା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଖୁବ୍ ଶୀଘ୍ର ମାନଦଣ୍ଡ ଏବଂ ପୋର୍ଟାଲ ଆରମ୍ଭ କରାଯିବ, ଯେଉଁଥିରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *