Ram

ଆଗର୍ଦା ଖେଳ ପଡ଼ିଆ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

Spread the love

ଆନନ୍ଦପୁର : ଆଗର୍ଦା ଖେଳ ପଡ଼ିଆ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ୍ୟକୁ ନେଇ ସନ୍ଦେହ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଆଗର୍ଦା ଖେଳ ପଡ଼ିଆ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି ।  କିଛି ସ୍ଥାନୀୟ ଯୁବକ ମୃତ ଦେହ ପଡ଼ିଥିବା ଦେଖି ଫାଣ୍ଡିକୁ ଜଣାଇଥିଲେ । ପରେ ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି  ।

ମୃତ ଯୁବକ ରାମଚନ୍ଦ୍ରପୁର ଥାନା ନହଙ୍ଗି ଗାଁର ସୁଦର୍ଶନ ପେରେଇ ।  ସୁଦର୍ଶନ କିଛି ଦିନ ହେବ ଶ୍ୱଶୁର ଘର ଆଗର୍ଦା ଗାଁରେ ରହି ଆସୁଥିଲେ ।  ଦୁଇ ଦିନ ପୂର୍ବେ ସୁଦର୍ଶନ ଅସୁସ୍ଥ ହୋଇ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ସୁଦର୍ଶନକୁ ସାଇଁକୁଳ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ସୁଦର୍ଶନଙ୍କ ଡାହାଣ ହାତରେ ସାଲାଇନ ଛୁଞ୍ଚି ଲାଗିଥିବା ବେଳେ କେମିତି ମୃତ୍ୟୁ ଘଟିଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *