Ee

ସାମନ୍ତରାପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୨ ମାଷ୍ଟର ମାଇଣ୍ଡ ଗିରଫ

Spread the love

ଭୁବନେଶ୍ବର : ଭୁବନେଶ୍ବର ସାମନ୍ତରାପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୨ ମାଷ୍ଟର ମାଇଣ୍ଡ ଗିରଫ  । ଗିରଫ ଦୁଇ ମାଷ୍ଟରମାଇଣ୍ଡ ଅନ୍ତଃରାଜ୍ୟ ଏଟିଏମ ଲୁଟେରା  । ପଶ୍ଚିମ ବଙ୍ଗରୁ ମିଜାନୁର ରହେମାନ ବା ରାଜୁକୁ ଏବଂ ରୁସ୍ତମକୁ ଉତ୍ତର ପ୍ରଦେଶର ଗଜିଆବାଦରୁ ଧରିଲା କମିସନରେଟ ପୋଲିସ  । ଉଭୟଙ୍କର ଦେଶର ଅନେକ ସ୍ଥାନରେ ଏଟିଏମ୍ ଲୁଟରେ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି  ।

ଏମାନଙ୍କ ଠାରୁ ନଗଦ ୩୮ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି  । ପୂର୍ବରୁ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ  । ଏବେ ଦୁଇ ମାଷ୍ଟରମାଇଣ୍ଡଙ୍କୁ ମିଶାଇ ମୋଟ ୮ ଜଣଙ୍କୁ ଗିରଫ କରିଛି  । ସାମନ୍ତରାପୁର ଶ୍ରୀରାମନଗରରୁ ଜାନୁଆରୀ ୨୪ ରାତିରେ ହୋଇଥିଲା ଏଟିଏମ ଲୁଟ  ।

ଲୁଟେରା ଟଙ୍କା ସହ ଏଟିଏମ ମେସିନକୁ ମଧ୍ୟ ତାଡ଼ି ନେଇଥିଲେ ।  ପାଖାପାଖି ୨୨ ଲକ୍ଷ ଟଙ୍କା ଲୁଟ ହୋଇଥିଲା  । ୨୦୨୨ ମସିହାରେ ଧଉଳି ଥାନା ଅଞ୍ଚଳରୁ ହୋଇଥିବା ଲୁଟ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା କଥା ଜାଣିବାକୁ ପାଇଛି ପୋଲିସ  । ପୋଲିସ କମିଶନର ବ୍ୟାଙ୍କ ଗୁଡ଼ିକୁ ଏଟିଏମର ସୁରକ୍ଷାକୁ ନେଇ ତାଗିଦ କରିଛନ୍ତି । ସମସ୍ତ ଏଟିଏମ୍ ଗୁଡିକର ସିସିଟିଭି ଗୁଡିକ ଶୀଘ୍ର ବ୍ୟାଙ୍କ କମିସନରେଟ ପୋଲିସ ର କଣ୍ଟ୍ରୋଲ ରୁମ ସହିତ ଯୋଡ଼ିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *