ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍ କରିଛି
ଭୁବନେଶ୍ଵର: ‘ପୂର୍ବରେ ତ ଫାଟିଗଲା, ଆଉ ସଂପର୍କ ନଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ମୋ କୁଟୁମ୍ବ ବଡ଼ କୁଟୁମ୍ବ, ୫ଶହରୁ ୧ହଜାର ଭିତରେ ମୋ କୁଟୁମ୍ବ। ତେବେ ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍ କରିଛି।’ ଏ ଥିଲା ପୁଅ ମନ୍ମଥ ରାଉତରାୟଙ୍କ ବିବାହ ପରେ ବାପା ସୁର ରାଉତରାୟଙ୍କ ପ୍ରତିକ୍ରିୟା । ବିବାହ ପରେ ଶେଷରେ ମୁହଁ ଖୋଲିଛନ୍ତି ସୁର ରାଉତରାୟ ।
ତେବେ କହିରଖୁଛୁ ଯେ, ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଗତକାଲି ପଟିଆ ନିବାସୀ ରୋଜାଲିନ ପଟ୍ଟନାୟକଙ୍କ ହାତ ଧରିଛନ୍ତି ମନ୍ମଥ । ତେବେ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁର ରାଉତରାୟ କହିଛନ୍ତି ଯେ, ପୂର୍ବରେ ତ ଫାଟିଗଲା, ଆଉ ସମ୍ପର୍କ ନ ଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ପୁଅର ଆର଼େଞ୍ଜଡ ମ୍ୟାରେଜ ହୋଇଛି ପ୍ରେମ, ଫ୍ରେମ ହେଇନି। ବିବାହ ଗୁପ୍ତରେ ହୋଇନି, ଆମ କୁଟୁମ୍ବ ବଡ଼। ଆମେ ଲୁଚାଛୁପାରେ କରୁନା। ଆମେ ବିଜେଡି, ବିଜେପି, କଂଗ୍ରେସକୁ ଡାକୁ।