Train 1

ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସରୁ ଖସି ପଡ଼ିଲା ବ୍ୟାଟେରୀ, ଅଧାରେ ଅଟକିଲା ଟ୍ରେନ

Spread the love

ସୋର: ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସରୁ ବ୍ୟାଟେରୀ ଖସିପଡ଼ିଥିବା ସୂଚନା ମିଳିଛି। ଫଳରେ ଏହି ଟ୍ରେନ୍‌‌ଟି ଅଧାରେ ଅଟକି ରହିଛିା ସବିରା ଷ୍ଟେସନ ପାଖରେ ବ୍ୟାଟେରୀ ଖସିପଡ଼ିବାରୁ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ ଅଟକି ରହିଥିବା ଜଣାପଡ଼ିଛି। ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ ଚେନ୍ନାଇରୁ ଜଲପାଇଗୁଡ଼ି ଯିବା ବାଟରେ ଅଟକି ରହିଛି। ରେଲୱେ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏବଂ ବୈଷୟିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଘଟଣାରେ କୌଣସି କ୍ଷତି ହୋଇନଥିବା ସୂଚନା ଦେଇଛନ୍ତି। ତେବେ ଟ୍ରେନରେ ବ୍ୟାଟେରୀ ଲଗାଯିବା ପରେ ଏହା ଗନ୍ତବ୍ୟସ୍ତଳରେ ଯାଇପାରିବ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *