Screenshot 2025 02 08 082632

ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍‌ ଇଣ୍ଡିଆ

Spread the love

କଟକ: ଇନସିଟିରେ କ୍ରିକେଟ ଫିଭର। ଆସନ୍ତାକାଲି (ରବିବାର) କଟକ ବାରବାଟୀରେ ସୁପରସଣ୍ଡେରେ ସୁପର ମୁକାବିଲା। ଭୁବନେଶ୍ବରରେ ଭାରତ ଓ ଇଂଲଣ୍ଡ ଟିମ। ଟୁଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମେ ଫେୟାର ହୋଟେଲରେ ରଖାଯାଇଛି। ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେତାଳେ କ୍ରିକେଟରଙ୍କୁ ସ୍ବାଗତ କରାଯାଇଛି। ହେଲେ ମ୍ୟାଚ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର।

ମ୍ୟାଚ୍‌ ପୂର୍ବରୁ ଆଜି ଜଗନ୍ନାଥଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ୍। କଡ଼ା ସୁରକ୍ଷାରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ଗେମ୍‌। ଖେଳାଳିଙ୍କ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ବାରବାଟୀରେ ନେଟ୍‌ ଅଭ୍ୟାସ ପାଇଁ ଯିବନି ଇଂଲଣ୍ଡ ଟିମ୍‌। ଟିମ୍‌ ଗସ୍ତ ନେଇ ବିସିସିଆଇ ପକ୍ଷରୁ ସୂଚନା। ଆସନ୍ତାକାଲି ବାରବାଟୀରେ ନେଟ୍‌ ଅଭ୍ୟାସ ପାଇଁ ଯିବନି ଇଂଲଣ୍ଡ ଟିମ୍‌। ଟିମ୍‌ ଗସ୍ତ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। କାଲି ସକାଳେ ଇଂଲଣ୍ଡ ଦଳର ଅଭ୍ୟାସ କାର୍ଯ୍ୟକ୍ରମ ରହିଥିଲା। ଆଜି ୫ଟାରେ ଭାରତୀୟ ଦଳ ଷ୍ଟାଡିୟମରେ ନେଟ୍‌ ଅଭ୍ୟାସ କରିବ।

Leave a Reply

Your email address will not be published. Required fields are marked *