ଭାରତର ‘ଅସ୍ତ୍ର’ ଦେଖି ଚାଇନା-ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୧୩।୩: ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ ଆକାଶରୁ ଆକାଶ ସ୍ବଦେଶୀ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ ପାଇଁ ଉତ୍ତେଜନା ସୃଷ୍ଟି କରିପାରେ। ପ୍ରତିରକ୍ଷା ମନ୍ତ୍ରଣାଳୟ … Read More

ମରିସସ୍ ରାଷ୍ଟ୍ରପତିଙ୍କୁ ଗଙ୍ଗାଜଳ ଉପହାର ଦେବାରୁ ମୋଦୀଙ୍କୁ ପ୍ରଶଂସା କଲେ ଯୋଗୀ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ମରିସସର ରାଷ୍ଟ୍ରପତି ଧରମବୀର ଗୋଖୁଲଙ୍କୁ ଉପହାର ମାଧ୍ୟମରେ ଭାରତର ସାଂସ୍କୃତିକ ଐତିହ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, … Read More

ଏଣିକି ଟଙ୍କା ପରି ଏଟିଏମ୍‌ରୁ କାଢିପାରିବେ ସୁନା

ନୂଆଦିଲ୍ଲୀ,୧୨।୩: ଏଟିଏମରୁ ନୋଟ ବାହାରୁଥିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ସୁନା ଓ ରୂପା ବାହାରିବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କୁ ଏବେ ଏଠାରେ ଏକ ନୂଆ … Read More

ସ୍ତ୍ରୀଙ୍କ ସହ ଭାରତ ଆସିବେ ଜେଡି ଭାନ୍ସ, ଶ୍ୱଶୁର ଘରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୩: ନୂତନ ଆମେରିକୀୟ ପ୍ରଶାସନର ଦୁଇଜଣ ଶୀର୍ଷ ଅଧିକାରୀ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ତାଙ୍କ ବ୍ୟତୀତ, ଆମେରିକାରେ ଟ୍ରମ୍ପଙ୍କ ବିଶ୍ୱସ୍ତ … Read More

ବିଶ୍ବର ସବୁଠୁ ପ୍ରଦୂଷିତ ଦେଶ ମଧ୍ୟରେ ପଞ୍ଚମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଅଧିକ ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତ ୧୩ଟି ସହର ସ୍ଥାନ ପାଇଛି । ତେବେ ବିଶେଷଜ୍ଞଙ୍କ ମତରେ ଏଣିକି ଭାରତକୁ ୫ଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ବାୟୁକୁ ନିର୍ମଳ ରଖିବା … Read More

ମରିସସକୁ ମିଳିଲା ଭାରତର ସହଯୋଗ, ମୋଦି କହିଲେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ କରିବେ ସାହାଯ୍ୟ

ନୂଆଦିଲ୍ଲୀ/ପୋର୍ଟ ଲୁଇସ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ମରିସସ ଗସ୍ତରେ ଅଛନ୍ତି। ବୁଧବାର ସେ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ … Read More

ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି

ଜମ୍ମୁ,୧୨।୩: ବୁଧବାର (୧୨ ମାର୍ଚ୍ଚ) ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର … Read More

ଆସିଗଲା ଟ୍ରିପଲ ଇଞ୍ଚିନ ସରକାର, ୧୦ରୁ ୯ ସହରରେ ଭାଜପା ମେୟର

ଚଣ୍ଡିଗଡ଼,୧୨।୩: ହରିୟାଣା ବିଧାନସଭା ନିର୍ବାଚନ ପରେ, ସ୍ଥାନୀୟ ନଗର ନିଗମ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟର ୧୦ଟି ନଗର ନିଗମରୁ ଭାଜପା ୯ଟି ଆସନ ଜିତିଛି। ଯେତେବେଳେ ଗୋଟିଏ ନଗର ନିଗମରେ ଜଣେ ସ୍ବାଧୀନ … Read More

ଟ୍ରେନ ଅପହରଣ ପଛରେ ଭାରତ : ପାକିସ୍ତାନ

ଇସଲାମାବାଦ: ପ୍ରତ୍ୟେକ ସମସ୍ୟା ପାଇଁ ଭାରତକୁ ଦାୟୀ କରିବା ପାକିସ୍ତାନର ଏକ ପୁରୁଣା ଅଭ୍ୟାସ। ଆଜି ଯେତେବେଳେ ବଲୋଚ ବିଦ୍ରୋହୀମାନେ ପାକିସ୍ତାନର ଅତ୍ୟାଚାର ବିରୋଧରେ ଅସ୍ତ୍ରଶସ୍ତ୍ର ଉଠାଇଛନ୍ତି, ସେମାନେ ଏଥିପାଇଁ ଭାରତକୁ ମଧ୍ୟ ଦାୟୀ କରୁଛନ୍ତି। ମଙ୍ଗଳବାର ଦିନ ବଲୋଚ ବିଦ୍ରୋହୀମାନେ … Read More

କୁଆଡେ ଗଲା ମହିଳାଙ୍କୁ ୨୫୦୦ ଟଙ୍କା ଓ ମାଗଣା ଗ୍ୟାସ୍ ? ଦିଲ୍ଲୀ ସରକାରଙ୍କୁ ଆତିଶୀଙ୍କ ନିଶାନା

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ସରକାରଙ୍କୁ ପୁଣି ଘେରିଲା ଆମ୍ ଆଦମୀ ପାର୍ଟି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଟାର୍ଗେଟ୍ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ନିଶାନା କରିଛନ୍ତି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ବିଜେପି ଦେଇଥିବା … Read More