ପ୍ଲାଣ୍ଟ ବିବାଦକୁ ନେଇ ପୂର୍ବତନ ବିଧାୟକଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକ

ରାଜସ୍ଥାନ : ରାଜସ୍ଥାନର ଭରତପୁର ଜିଲ୍ଲାରେ କ୍ରେଶର ପ୍ଲାଣ୍ଟକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଉଗ୍ର ରୂପ ନେଇଛି । ଏହି ସଂଘର୍ଷରେ ବୟାନାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଅତର ସିଂହ ଭଡ଼ାନାଙ୍କ ମୃତ୍ୟୁ ହୋଇଛି । ଠେଙ୍ଗା … Read More

ପାକ୍ ସୈନ୍ୟ ପୋଷ୍ଟ ଓ ଜାହାଜ ଉପରେ BLAର ଆକ୍ରମଣ, ୧୩ ଯବାନ ନିହତ

ଲାହୋର : ପାକ୍ ବେଲୁଚିସ୍ତାନ ପ୍ରାନ୍ତରେ ଥିବା ଗ୍ୱାଦର ଜିଲ୍ଲାରେ ବେଲୁଚ୍ ଲିବରେସନ୍ ଆର୍ମୀ(BLA) ବଡ ଆକ୍ରମଣ କରିଛି । ଏଥିରେ ପାକ୍ ସୈନ୍ୟ ପୋଷ୍ଟ ଏବଂ ଛୋଟ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ୧୩ ଜଣ ପାକ୍ କୋଷ୍ଟ୍ ଗାର୍ଡଙ୍କ … Read More

ନେପାଳରେ ପ୍ରକୃତିର ତାଣ୍ଡବ: ଭାସିଗଲା ୪୦ ଘର, ଫସିଛନ୍ତି ଶତାଧିକ ପର୍ଯ୍ୟଟକ

ନେପାଳ: ନେପାଳରେ ପ୍ରକୃତିର ତାଣ୍ଡବ । ମନାସ୍ଲୁ ଟ୍ରେକିଂ ଅଞ୍ଚଳରେ ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ବନ୍ୟାରେ ପ୍ରାୟ ୪୦ଟି ଘର, ୬ଟି ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିଭୂମି ଭାସିଯାଇଛି । ପ୍ରାୟ ୧୦ ଜଣ ନିଖୋଜ ଥିବାବେଳେ … Read More

ଅରିବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ମୁଖ୍ୟ ଅରିବିନ୍ଦ କେଜ୍ରିୱାଲଙ୍କ ନାଁରେ FIR ।  ଦିଲ୍ଲୀର ଶିଖ ଗୁରୁଦ୍ବାର ପରିଚାଳନା କମିଟି ବା DSGMC ପକ୍ଷରୁ ରୁଜୁ ହୋଇଛି ଏହି ମାମଲା। କେଜ୍ରିୱାଲଙ୍କ ସମେତ ଦଳର ବିଧାୟକ ଓ କର୍ମୀଙ୍କ ବିରୋଧରେ ମଧ୍ୟ … Read More

ଜିବୁଟିରୁ ୟେମେନ ଯାଉଥିବା ବେଳେ ନୌକା ଦୁର୍ଘଟଣା, ୧୫ ଶିଶୁଙ୍କ ସମେତ ୧୦୯ ମୃତ

ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ଜିବୁଟି ଉପକୂଳରେ ଏକ ବଡ଼ ଧରଣର ଡଙ୍ଗା ଦୁର୍ଘଟଣା ଘଟିଛି । ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଅତି କମରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୫ … Read More

ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କୁ ଭେଟିବେ ଖଡ଼ଗେ ଓ ରାହୁଲ, ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଅଭିଯୋଗ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କୁ ଭେଟିବେ ଖଡ଼ଗେ ଓ ରାହୁଲ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ଼ ଅଭିଯୋଗ ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି । ​ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସୃଷ୍ଟି କରୁଛନ୍ତି ଅରାଜକତା । ​ସିଜେଆଇଙ୍କ ନିକଟରେ କୌଣସି ଦାବି … Read More

CJP ନେତା ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମୁକ୍ତ କରିବାକୁ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ରବିବାର ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ କ୍ୟାଣ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଏହି ତିନି ଜଣଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଦିଲ୍ଲୀ … Read More

ପାକିସ୍ତାନରେ ଧର୍ମନିନ୍ଦା ବିବାଦ, ଘର ଛାଡ଼ିଲେ ୩୫ରୁ ଅଧିକ ଖ୍ରୀଷ୍ଟିଆନ୍ ପରିବାର

ପାକିସ୍ତାନ: ପାକିସ୍ତାନରେ ଧର୍ମନିନ୍ଦା ଅଭିଯୋଗ ପରେ ଖ୍ରୀଷ୍ଟିଆନ୍ ପରିବାର ଭୟଭୀତ ।ଧର୍ମନିନ୍ଦା ଅଭିଯୋଗକୁ ନେଇ ମୁସଲିମ୍ ସମ୍ପ୍ରଦାୟର ଏକ ଉତ୍ତ୍ୟକ୍ତ ଜନତା ଜଣେ ଖ୍ରୀଷ୍ଟିଆନ୍ ବ୍ୟକ୍ତିଙ୍କ ଘର ଓ ଔଷଧ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ରହିଛି । ପୁଣି ଆକ୍ରମଣ ହେବାର ଆଶଙ୍କାରେ ୩୫ରୁ ଅଧିକ ଖ୍ରୀଷ୍ଟିଆନ୍ ପରିବାର ନିଜ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି । ଏହି ଶନିବାର ପୋଲିସ ଏହି ସୂଚନା ଦେଇଛି । ପୋଲିସର ସୂଚନା ଅନୁସାରେ, ଏହି ଘଟଣା ଗୁରୁବାର ଦିନ ଲାହୋରଠାରୁ ପ୍ରାୟ ୫୦ କିଲୋମିଟର ଦୂର ଶେଖୁପୁରା ଜିଲ୍ଲାର ଘଡ଼ିଆଲ କଲାଁ ଗାଁରେ ଘଟିଥିଲା। ୪୦ ବର୍ଷୀୟ କାମରାନ୍ ଗୁଲ୍ ମସିହଙ୍କ ଉପରେ ସୋସିଆଲ୍ ମିଡିଆରେ ଧର୍ମନିନ୍ଦା ସମ୍ପର୍କିତ ଆପତ୍ତିଜନକ ବିଷୟବସ୍ତୁ ସେୟାର କରିଥିବା ଅଭିଯୋଗ ହେବା ପରେ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ପୋଲିସ ଅଧିକାରୀ ଜୁବେର ଆବ୍ବାସ କହିଛନ୍ତି ଯେ ମସିହଙ୍କୁ ଗିରଫ କରାଯାଇଛି ଏବଂ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ତାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ଏକ ସ୍ଥାନୀୟ ମସଜିଦରୁ ଘୋଷଣା ହେବା ପରେ ମସିହଙ୍କ ଘର ବାହାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ଉତ୍ତ୍ୟକ୍ତ ଜନତା ପ୍ରଥମେ ତାଙ୍କ ଘରେ ନିଆଁ ଲଗାଇଥିଲେ ଏବଂ ପରେ ତାଙ୍କ ଔଷଧ ଦୋକାନକୁ ମଧ୍ୟ ଜାଳି ଦେଇଥିଲେ ବୋଲି ଆବ୍ବାସ କହିଛନ୍ତି । ଉତ୍ତ୍ୟକ୍ତ ଜନତା ଆସୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଆକ୍ରମଣ ଭୟରେ ୩୫ରୁ ଅଧିକ ପରିବାର ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ ।  ମସିହଙ୍କ ସମ୍ପର୍କୀୟ ଓ ଅନ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କ ବିରୋଧରେ ପାକିସ୍ତାନର ଧର୍ମନିନ୍ଦା ଆଇନର କେଉଁ ଧାରା ଲାଗୁ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ । ଏଫ୍‌ଆଇଆର୍‌ ଅନୁସାରେ, ଅଭିଯୋଗକାରୀ ପୋଲିସ ଅଧିକାରୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ସୂଚନା ପାଇଥିଲେ ଯେ କାମରାନ୍ ଗୁଲ୍ ମସିହ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଅଭିଯୋଗ ଅନୁସାରେ, ଜନ୍ ଶାକି ନାମକ ଜଣେ ବ୍ୟବହାରକାରୀ ଏହାର ଗୋଟିଏ ଦିନ ପୂର୍ବରୁ ଭିଡିଓଟି ଅପଲୋଡ୍ କରିଥିଲେ । ପୋଲିସ ଅଧିକାରୀମାନେ ଭିଡିଓଟିକୁ ନିଜ ମୋବାଇଲ୍‌ରେ ଡାଉନଲୋଡ୍ କରିଥିଲେ। ପରେ ସାକ୍ଷୀମାନଙ୍କ ଉପସ୍ଥିତିରେ ଏହାକୁ ଏକ USB ଡ୍ରାଇଭ୍‌ରେ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ସିଲ୍ କରି ଜବତ କରାଯାଇଛି ।

ରିୟାଦ ବିମାନବନ୍ଦର ଉପରେ ଆକ୍ରମଣ, ୧୨ ମୃତ

ନୂଆଦିଲ୍ଲୀ: ରିୟାଦର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟାବହ ହୁତି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ । ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ସାଉଦି ନାଗରିକ ଏବଂ ବାଂଲାଦେଶ, ଆମେରିକା, ଇଜିପ୍ଟ, ଜର୍ଡାନ, … Read More

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ମଝି ଆକାଶରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ଇଣ୍ଡିଗୋ ବିମାନ ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନ। ହାଇଦ୍ରାବାଦରେ ବିମାନର ଜରୁରୀ ଅବତରଣ। ବିମାନ ଉଡ଼ାଣ ଭରିବା ପରେ ଜଣେ ଯାତ୍ରୀଙ୍କର ଏକ ବୈଦ୍ୟୁତିକ ଉପକରଣରୁ ହଠାତ୍ ଧୂଆଁ … Read More