Bse

ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା, ୫ ଜିଲ୍ଲାରେ ସ୍ଥଗିତ

Spread the love

କଟକ :  ବାତ୍ୟା ଅର୍ଣ୍ଣବ ସତ୍ତ୍ୱେ ଚାଲିବ ମାଧ୍ୟମିକ ଶିକ୍ଷା ପରିଷଦର ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା। କିନ୍ତୁ ୫ ଟି ଜିଲ୍ଲାରେ ବୋର୍ଡ ପକ୍ଷରୁ ଖାତା ଦେଖା ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି।  ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା ଦକ୍ଷିଣ ଓଡ଼ିଶାର ୫ଟି ରେଡ୍ ଆଲର୍ଟ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ସ୍ଥଗିତ ରହିବ।

ଅନ୍ୟ ୨୫ ଟି ଜିଲ୍ଲାରେ ୨୯ ରୁ ହେବ ଖାତା ଦେଖା ଡିଜିଟାଲ ମାଧ୍ୟମରେ କରିବାକୁ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୩ ତାରିଖରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ ଟି ଯାକ ଜିଲ୍ଲାର ୬୪ ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା। ରାଜ୍ୟର ୧୨ ହଜାର ୪୨୫ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି।

ପ୍ରାୟ ୭୦ ହଜାର ୭୧ ଟି ଖାତା ଡିଜିଟାଲ ମାଧ୍ୟମରେ ଦେଖାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମୂଲ୍ୟାୟନ କେନ୍ଦ୍ର ବୋର୍ଡ ପକ୍ଷରୁ କରାଯାଇଛି। ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଆନୁଷଙ୍ଗିକ ସୁବିଧା ସୁଯୋଗ କରିବାକୁ ବୋର୍ଡର ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *