ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ, ମଲଗୁଡ଼ିକରେ ଫାୟାର ସେଫ୍ଟି ବିଭାଗର ଯାଞ୍ଚ
ଢେଙ୍କାନାଳ: ଢେଙ୍କାନାଳ ସହରର ବିଭିନ୍ନ ସପିଙ୍ଗ ମଲ୍ ଉପରେ ଫାୟାର ସେଫଟି ମେଜର ଯାଞ୍ଚ । ଓଡିଶା ସରକାରଙ୍କ ସୁରକ୍ଷିତ ଓଡିଶା ବିକଶିତ ଓଡ଼ିଶା ମାଧ୍ୟମରେ ଫାୟାର ସେପ୍ଟି ମେଜର ଯାଞ୍ଚ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ସହର ମଧ୍ୟରେ ଥିବା ରିଲାନ୍ସ ଡିଜିଟାଲ, ଟ୍ରେଣ୍ଡସ , ବଜାର କୋଲକତା ଏବଂ ରିଲାନ୍ସ ସ୍ମାର୍ଟ ଷ୍ଟୋରରେ ଯାଞ୍ଚ କରାଯାଉଛି । ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନଙ୍କୁ ସଚେତନତା କରାଯାଉଛି। ଯେପରି କିଛି ଅଘଟଣ ଘଟିବା ପୂର୍ବରୁ ଅନୁଷ୍ଠାନ ମାନେ ସତର୍କ ହୋଇଯାଆନ୍ତୁ ।ଢେଙ୍କାନାଳ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଯାଞ୍ଚ ଚାଲିଛି । ଯେଉଁଠାର ଅଗ୍ନି ନିରାପତା ପାଇଁ ଯାହା ସମସ୍ୟା ରହିଥିଲା ତାହାକୁ ତୁରନ୍ତ ସୁଧାରିବା ପାଇଁ ଅଧିକାରୀ ଚେତାବନୀ ଦେଇଛନ୍ତି ।
