Supreme court 4 1 750x430 1 300x172

UPI ପ୍ରସଙ୍ଗ: MDR ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, NPCI ଏବଂ RBIକୁ ନୋଟିସ୍

Spread the love

ନୂଆଦିଲ୍ଲୀ: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏବଂ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)କୁ ନୋଟିସ ଜାରି କରି ୪ ସପ୍ତାହ ଭିତରେ ଜବାବ ମାଗିଛନ୍ତି । ତେବେ ଏହି ବ୍ୟବସ୍ଥା ଉପରେ ରୋକ ଲଗାଇବାକୁ କୋର୍ଟ ମନା କରିଛନ୍ତି ।

ସୁପ୍ରିମକୋର୍ଟ କେନ୍ଦ୍ର, RBI ଓ NPCIକୁ ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ୨ ହଜାର ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ MDR ଲାଗୁ କରିବା ସମ୍ପର୍କିତ ଅଧିସୂଚନାକୁ ଚ୍ୟାଲେଞ୍ଜ କରି ଅଞ୍ଜନ ଦତ୍ତ ନାମକ ଜଣେ ଆବେଦନକାରୀ PIL ଦାଖଲ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଏହି ବ୍ୟବସ୍ଥା ଆଣିବା ପୂର୍ବରୁ ଆବଶ୍ୟକ ଆଲୋଚନା ଓ ଆଇନଗତ ପ୍ରକ୍ରିୟା ପାଳନ କରାଯାଇନାହିଁ । ଏହା ଲାଗୁ ହେଲେ ଛୋଟ ବ୍ୟବସାୟୀମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ ।

UPI ପେମେଣ୍ଟରେ ଅତିରିକ୍ତ ଶୁଳ୍କ ଲାଗିଲେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ପୁଣି ନଗଦ ପେମେଣ୍ଟ ପ୍ରତି ଚାହିଦା ବଢ଼ିପାରେ । ଏହା ଦେଶର ଡିଜିଟାଲ ପେମେଣ୍ଟ ଓ ଡିଜିଟାଲ ଅର୍ଥନୀତିକୁ ପ୍ରଭାବିତ କରିପାରେ । ତେବେ ଏହି ମାମଲାରେ ସୁପ୍ରିମକୋର୍ଟ ବର୍ତ୍ତମାନ ବ୍ୟବସ୍ଥା ଉପରେ ରୋକ ଲଗାଇନାହାନ୍ତି । କେନ୍ଦ୍ର ସରକାର, RBI ଓ NPCIଙ୍କ ଜବାବ ମିଳିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ ହେବା ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

Leave a Reply

Your email address will not be published. Required fields are marked *