Capture 4

ପକ୍ଷୀ ଗଣନା ଶେଷ; ଚିଲିକାରେ ୧୯୬ ପ୍ରଜାତିର ପକ୍ଷୀଙ୍କ ଆଗମନ

Spread the love

ବାଣପୁର: ପକ୍ଷୀଙ୍କ ଭୂସ୍ବର୍ଗ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୮୮ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଯାହାକି ଚଳିତ ବର୍ଷ ଗତ ବର୍ଷ ତୁଳନାରେ ୪୯୭୨ ସଂଖ୍ୟକ ଅଧିକ ପକ୍ଷୀଙ୍କ ଆଗମନ ହେଇଛି।

ଖବର ମୁତାବକ ଆଜି ସକାଳ ୬ରୁ ଶୀତକାଳୀନ ପକ୍ଷୀଗଣନା ଜାରି ରହିଥିବା ବେଳେ ଏଥିପାଇଁ ୫ଟି ଜୋନରେ (ଜଳ ଭାଗରେ ୧୯ଟି ଓ ସ୍ଥଳ ଭାଗରେ ୩ଟି) ସମୁଦାୟ ୨୨ଟି ଟିମରେ ୧୩୩ ଜଣ ଗଣନାକାରୀ ନିୟୋଜିତ ରହିଥିଲେ। ଟାଙ୍ଗି ଜୋନରେ ୮ଟି ଟିମ,ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ କୃଷ୍ଣପ୍ରସାଦ ଓ ଚିଲିକା ନୂଆପଡା ଜୋନରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ ଥିଲେ। ପ୍ରତି ଟିମରେ ପକ୍ଷୀ ବିଶାରଦ, ପକ୍ଷୀ ପ୍ରେମୀ, ପକ୍ଷୀ ସୁରକ୍ଷା ବାହିନୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗ, ଚିଲିକା ଉର୍ଣ୍ଣୟନ କର୍ତ୍ୟୁପକ୍ଷ,ସ୍ବେତ୍ସାସେବୀ ଆଦି ୬ ରୁ ୭ ଜଣ ସଦସ୍ୟ ସାମିଲ ରହିଥିଲେ।

Leave a Reply

Your email address will not be published. Required fields are marked *