Screenshot 2026 01 02 151814

ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ, ଲାଗିବ ୧୦୦ଟି ସିସିଟିଭି

Spread the love

ଭୁବନେଶ୍ୱର: ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ। ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ। ମୋଟ ସାତୋଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ତେବେ ଯାତ୍ରା ସମୟରେ କୌଣସି ଅଶ୍ଳୀଳ ନୃତ୍ୟ କରିପାରିବେ ନାହିଁ। ସେହିପରି ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି।

ବିଏମସିର ପ୍ରସ୍ତିତି ବୈଠକ ପରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଥିବା ବେଳେ ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି ସାଧୁସନ୍ଥଙ୍କ ରହିବା, ଖାଇବା ଏବଂ ଶୌଚାଳୟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ନେଇ ମେୟର କହିଛନ୍ତି ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ତେବେ ଖଣ୍ଡଗିରି ମେଳା କିପରି ସୁରୁଖୁରୁରେ ସରିବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବ ।

 

Leave a Reply

Your email address will not be published. Required fields are marked *