6954e3b0a5d0d s jaishankar bangladesh 314946634 16x9 1 750x430

ଖାଲିଦା ଜିଆଙ୍କ ପୁଅଙ୍କୁ ଭେଟି ମୋଦିଙ୍କ ପତ୍ର ଦେଲେ ଜୟଶଙ୍କର

Spread the love

ନୂଆଦିଲ୍ଲୀ: ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବୁଧବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଢାକାରେ ପହଞ୍ଚିଛନ୍ତି। ସେଠାରେ ସେ ଖାଲିଦା ଜିଆଙ୍କ ପୁଅ ତଥା କାର୍ଯ୍ୟକାରୀ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକପତ୍ର ପ୍ରଦାନ କରିଛନ୍ତି।

ଦୀର୍ଘକାଳୀନ ଅସୁସ୍ଥତା ଯୋଗୁ ୮୦ ବର୍ଷ ବୟସରେ ମଙ୍ଗଳବାର ଖାଲେଦା ଜିଆଙ୍କର ଢାକାର ଏଭରକେୟାର ହସ୍ପିଟାଲରେ ଦେହାନ୍ତ ହୋଇଥିଲା।

ଭାରତ ସରକାର ଏବଂ ଦେଶର ଜନସାଧାରଣଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି ଗଣତନ୍ତ୍ର ପ୍ରତି ଜିଆଙ୍କ ଅବଦାନକୁ ମନେ ପକାଇଥିଲେ। ଏହା ମଧ୍ୟରେ ବୁଧବାର ଢାକାର ଜାତୀୟ ସଂସଦ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଏସ. ଜୟଶଙ୍କର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଢାକାରେ ପହଞ୍ଚିବା ପରେ ସେ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଲିଖିତ ଏକ ବ୍ୟକ୍ତିଗତ ଚିଠି ପ୍ରଦାନ କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ବେଗମ୍ ଖାଲେଦା ଜିଆଙ୍କ ଦୃଷ୍ଟିକୋଣ ଏବଂ ମୂଲ୍ୟବୋଧ ଭାରତ-ବାଂଲାଦେଶ ସହଭାଗୀତାର ବିକାଶକୁ ମାର୍ଗଦର୍ଶନ କରିବ। ଭାରତରେ ଅବସ୍ଥାପିତ ବାଂଲାଦେଶ ହାଇକମିଶନର ରିଆଜ ହମିଦୁଲ୍ଲା ମଧ୍ୟ ବୈଠକର ଫଟୋ ସେୟାର କରି ଭାରତର ଭାବନାକୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *