Maoists 3

କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ, ଟିଫିନ ବୋମା ଓ ବିସ୍ଫୋରକ ଜବତ

Spread the love

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ମାଓ ସାମଗ୍ରୀ। ଯାହା ମଧ୍ୟରେ ରହିଛି ଗୋଟିଏ ଟିଫିନ ବୋମା ଏବଂ ବିପୁଳ ପରିମାଣର ବିସ୍ପୋରକ। ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ଜଙ୍ଗଲ ଭିତରେ ମାଓବାଦୀମାନେ ଏହି ସବୁ ବିସ୍ଫୋରକ ଲୁଚାଇ ରଖିଥିଲେ। ହେଲେ ଡିଆରଜି ଓ ସିଆରପିଏଫ ବାହିନୀର ସର୍ଚ୍ଚ ଅପରେସନ ବେଳେ ଟିଫିନ ବୋମା ଉଦ୍ଧାର କରାଯାଇ ତାହାକୁ ନିଷ୍କ୍ରିୟ କରାଯାଇଛି। ବୋମା ନିଷ୍କ୍ରିୟ କରାଯିବା ସମୟରେ ଭୟଙ୍କର ବିସ୍ପୋରଣ ହୋଇଥିଲା। ସୁରକ୍ଷାକର୍ମୀ ବିସ୍ଫୋରଣର ଶିକାର ହୋଇଥିଲେ ବଡ଼ କ୍ଷତି ହୋଇଥାଆନ୍ତା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଛି।

Leave a Reply

Your email address will not be published. Required fields are marked *