Wine e1767021906982 300x85

ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ

Spread the love

କୋରାପୁଟ: ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ବଣ୍ଡାଗୁଡ଼ାରେ ସୋମବାର ଏକ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକ ଘରେ ଦୁଇ ଜଣ ବ୍ୟକ୍ତି ଏହି ନକଲି ମଦ କାରଖାନା ଚଳାଉଥିଲେ। ବିଭିନ୍ନ ରସାୟନିକ ସାମଗ୍ରୀ ମିଶ୍ରଣ କରି ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଥିଲେ। ଏ ନେଇ ଖବରପାଇ କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ମଦ ଜବତ ହୋଇଛି। ଏସବୁ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଦୁଇ ମାଲିକ ଫେରାର ହୋଇଯାଇଛନ୍ତି। ଅବକାରୀ ବିଭାଗ ସେମାନଙ୍କୁ ଖୋଜୁଛି।

Leave a Reply

Your email address will not be published. Required fields are marked *